ହୃଦଘାତରେ ପ୍ରଥମ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ
15/10/2019 at 4:40 PM

ଜାମଶେଦପୁର ୧୫/୧୦: ଜାମଶେଦପୁରର ଏକ ସ୍କୁଲରେ ଆଜି ଅଭାବନୀୟ ଘଟଣା ଘଟିଛି। ତେଲକୋ ଅଞ୍ଚଳର ଶିକ୍ଷା ନିକେତନରେ ଜଣେ ପ୍ରଥମ ଶ୍ରେଣୀର ଛାତ୍ରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ହୃଦଘାତ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଟାଟା ମୋଟର୍ସ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ତାଙ୍କୁ ବଞ୍ଚାଯାଇପାରିନଥିଲା।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବାନୁସାରେ ଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଏହା ଅତ୍ୟନ୍ତ ଦୁଃଖଦ ଥିଲା ଯେ ତାଙ୍କୁ ବଞ୍ଚାଯାଇପାରିନଥିଲା। ଛାତ୍ରୀ ହୃଦୟ ରୋଗୀ ଥିଲେ। ମୃତା ଛାତ୍ରୀଙ୍କ ନାଁ ବୈଷ୍ଣବୀ ଝା। ସେ ତେଲକୋ ବାସିନ୍ଦା ଅଜୟ କୁମାର ଝାଙ୍କ ଝିଅ ଥିଲେ। ଅଜୟ ଟାଟା ମୋଟର୍ସରେ ଫାଉଣ୍ଡ୍ରି ଡିଭିଜନରେ କାମ କରୁଥିଲେ।
ଛାତ୍ରୀଙ୍କ ମୃତ୍ୟୁ ପରେ ବିଦ୍ୟାଳୟରେ ଶୋକର ବାତାବରଣ ଖେଳିଯାଇଥିଲା। ବିଦ୍ୟାଳୟ ଛୁଟି କରି ଦିଆଯାଇଥିଲା। ଏହି ଘଟଣା ପରେ ସ୍କୁଲ ପିଲାମାନେ ସ୍ତବ୍ଧ ହୋଇଯାଇଛନ୍ତି। ଅନ୍ୟ ଛାତ୍ରଛାତ୍ରୀଙ୍କ କହିବାନୁସାରେ ବୈଷ୍ଣବୀ ଖୁସମିଜାଜ ଥିଲେ। ଛାତ୍ରୀଙ୍କ ଭାଇ ମଧ୍ୟ ହୃଦଘାତରେ ମୃତ୍ୟୁବରଣ କରିଥିଲେ।