ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ଛାତ୍ରଙ୍କ ଜୀବନ
23/01/2020 at 1:20 PM

ନୂଆପଡା ୨୩/୧: ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଗଲେ ଚତୁର୍ଥ ଶ୍ରେଣୀ ଛାତ୍ର । ଘଟଣା ଘଟିଛି ନୂଆପଡା ଜିଲ୍ଲା ସିନାପାଲି ରେ । ଗତକାଲି ଦିନ ୧୦ ଟା ବେଳେ ସିନାପାଲି ର ଜଣେ ଛାତ୍ର କ୍ଷଣ ସିଂ ମସରା ସ୍ଥାନିୟ କାପସି ଶିଶୁ ମନ୍ଦିରକୁ ସାଇକେଲ ଯୋଗେ ଯାଉଥିବାବେଳେ କୌଣସି କାରଣରୁ ପଛରୁ ଆସୁଥିବା ଯାତ୍ରିବାହି ବସ ଆଗକୁ ଆସି ଯାଇଥିଲେ ।

ବସରେ ସାମାନ୍ୟ ବାଡେଇ ହୋଇଥିଲେ ବି ଚାଳକ ହଠାତ୍ ଗାଡିରେ ବ୍ରେକ ମାରିଥିଲେ । ଫଳରେ ଛାତ୍ର ଜଣଙ୍କ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି । ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ଘଟଣା ଲୋକଲୋଚନକୁ ଆସିଥିଲା ।

Related Posts
ଶିକାରୀ ଫାଶରେ ପଡିଲା ହରିଣ, ଜଣକୁ ଅଟକ ରଖିଲା ବନ ବିଭାଗ
8 March 2021