ଛାତ୍ର ସଂସଦରେ ଇଲେକ୍ସନ ବଦଳରେ ସିଲେକ୍ସନ ନିଷ୍ପତ୍ତିକୁ ବିଜୁଛାତ୍ର ଜନତାଦଳର ସ୍ୱାଗତ

Published By : Prameya-News7 Bureau | August 22, 2019 IST

ଭୁବନେଶ୍ୱର - ରାଜ୍ୟ ସରକାର ଛାତ୍ର ସଂସଦରେ ଇଲେକ୍ସନ ବଦଳରେ ସିଲେକ୍ସନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ୱାଗତ କରାଯାଇଛି । ମାଷ୍ଟରକ୍ୟାଣ୍ଟିନ ଛକରେ ବିଜୁ ଛାତ୍ର ଜନତା ଦଳର ଧନ୍ୟବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବିସିଜେଡି ରାଜ୍ୟ ସାଧାରଣ ସଂପାଦକ ପାର୍ଥସାରଥୀ ମୁଦୁଲିଙ୍କ ନେତୃତ୍ୱରେ ଛାତ୍ରମାନେ ସରକାଙ୍କର ଏହି ନିଷ୍ପତିକୁ ସ୍ୱାଗତ କରିଥିଲେ ।

ସୂଚନା ଯୋଗ୍ୟ ଚଳିତବର୍ଷ ରାଜ୍ୟର କୌଣସି ବିଶ୍ୱବିଦ୍ୟାଳୟ କି ମହାବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନ ନ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏ ନେଇ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ସୂଚିତ କରିଛନ୍ତି। ତେବେ ଛାତ୍ର ସଂସଦର ବିଭିନ୍ନ ପଦପଦବୀକୁ ମନୋନୟନ ମାଧ୍ୟମରେ ପୁରଣ କରାଯିବାରେ କୌଣସି ଆପତ୍ତି ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ଜଣାଇ ଦେଇଛନ୍ତି। ଛାତ୍ର ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଉଚ୍ଚ ଶିକ୍ଷା ବିଭାଗ। ଏଣୁ ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଥିବା ବେଳେ କଲେଜ ଓ ୟୁନିଭର୍ସିଟିମାନେ ଛାତ୍ରପ୍ରତିନିଧି ମନୋନୟନ ଉପରେ ଏବେ ଗୁରୁତ୍ୱ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.