ଛାତ୍ର ସଂସଦ ନିର୍ବାଚନ ପାଇଁ ୧୦ରେ ହ୍ବାଇ ଆଇ ଷ୍ଟାଣ୍ଡ ଫର ମିଟିଂ, ସେପଟେ ବାଣିବିହାର, ଜ୍ୟୋତି ବିହାର, ବ୍ୟାସ ବିହାର,ଭଂଜ ବିହାରରେ ନିର୍ବାଚନ ବାତିଲ୍

Published By : Prameya-News7 Bureau | October 06, 2018 IST

ଭୁବନେଶ୍ବର ୬|୧୦: ଛାତ୍ର ସଂସଦ ନିର୍ବାଚନ ଯେତିକି ପାଖଉଛି ସେତିକି ଜମୁଛି ପ୍ରଚାର । ଆଜି ପ୍ରାୟତଃ ଶେଷ ହୋଇଛି କ୍ୟାମ୍ପସ୍ କ୍ୟାମ୍ପେନିଂ । ଏଥର ଘର ଘର ବୁଲିବେ ପ୍ରାର୍ଥୀ । ଆସନ୍ତା କାଲି ରବିବାର ଏବଂ ସୋମବାର ମହାଳୟା ପାଇଁ କଲେଜ ଛୁଟି । ତେଣୁ ଆଜି ଭୋଟରଙ୍କୁ ନିଜ ନିଜ ସପକ୍ଷକୁ ଆଣିବାକୁ ଜୋରଦାର ପ୍ରୟାସ କରିଛନ୍ତି ପ୍ରାର୍ଥୀ । ସେପଟେ ଉତ୍ତଜନା କାରଣରୁ ଭଞ୍ଜବିହାର ଓ ବୁଗୁଡାର ପିପୁଲ୍ସ କଲେଜରେ ନିର୍ବାଚନ ବାତିଲ୍ କରାଯିବା ସହ ସାଇନ୍-ଏ-ଡାଏ ଘୋଷଣା କରାଯାଇଛି । .. ପ୍ରଚାରରେ କମ୍ପୁଛି କ୍ୟାମ୍ପସ ।… ଭୋଟରଙ୍କୁ ନିଜ ନିଜ ସପକ୍ଷକୁ ଟାଣିବାକୁ ଚାଲିଛି ଜୋରଦାର ଉଦ୍ୟମ । ଆଜି କ୍ଲାସ କ୍ୟାମ୍ପେନିଂ ପ୍ରାୟତଃ ସରିଛି । ଏଇଥି ପାଇଁ ଯେ, ରବିବାର ଓ ସୋମବାର କେଲଜ ଛୁଟି । ୧୦ରେ ହ୍ବାଇ ଆଇ ଷ୍ଟାଣ୍ଡ ଫର ମିଟିଂ । ତେଣୁ ଆଜି ସବୁ କ୍ୟାମ୍ପସରେ ଜମିଥିଲା ପ୍ରଚାର। କାହା ହାତରେ ଗିଫ୍ଟ ତ କିଏ ଗୁପଚୁପ୍ ଏବଂ ଆଇସକ୍ରିମ୍ ଦେଇ ନିଜ ସପକ୍ଷରେ ଭୋଟ ଟାଣିବାକୁ ଉଦ୍ୟମ କରୁଛି । ଭୁବନେଶ୍ବର, କଟକ ସମେତ ରାଜ୍ୟର ସବୁ କଲେଜରେ ଜମିଛି ପ୍ରଚାର । ପୁସିଂ କାର୍ଡ ସହ ଚକଲେଟ୍ , ଫୁଲ ଦେଉଛନ୍ତି ପ୍ରାର୍ଥୀ । କଲେଜରେ ଉନ୍ନତିମୂଳକ କାମ କରିବାର ବି ଦେଉଛନ୍ତି ପ୍ରତିଶ୍ରୁତି । କ୍ଲାସ୍ କ୍ୟାମ୍ପେନିଂ ପରେ ଏବେ ସୋସିଆଲ ମିଡିଆ ଏବଂ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ କରିବେ ପ୍ରାର୍ଥୀ । ଏଥି ସହ ହ୍ବାଇ ଆଇ ଷ୍ଟାଣ୍ଡ ଫର ମିଟିଂ ପାଇଁ ପ୍ରାର୍ଥୀ ଚଳାଇଛନ୍ତି ପ୍ରସ୍ତୁତି । ଆଇନଶୃଙ୍ଖଳା ଦୃଷ୍ଟିରୁ କଲେଜଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାରଳାଖେମୁଣ୍ଡି ଏସକେସିଜି କଲେଜରେ ପରିବେଶ ପୁରା ଶାନ୍ତ । ସଭାପତି ପଦକୁ ଛାଡି ଦେଲେ ଅନ୍ୟ ସମସ୍ତେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । କିଛି କଲେଜରେ କିନ୍ତୁ ଦେଖାଦେଇଛି ଉତ୍ତେଜନା । ଏଥିପାଇଁ ସେ ସବୁ କଲେଜରେ ନିର୍ବାଚନ ବାତିଲ୍ କରାଯାଇଛି । ଏଥିରେ ସାମିଲ ହୋଇଛି ଭଂଜବିହାର । ବାଣିବିହାର, ଜ୍ୟୋତି ବିହାର, ବ୍ୟାସ ବିହାର ପରେ ଭଂଜ ବିହାରରେ ନିର୍ବାଚନ ବାତିଲ୍ କରାଯିବା ସହ ସାଇନ୍ –ଏ-ଡାଏ ଘୋଷଣା କରାଯାଇଛି ।   ଗଂଜାମ ବୁଗୁଡା କଲେଜରେ ନିର୍ବାଚନ ବାତିଲ୍ କରାଯିବା ସହ ସାଇନ୍—ଡାଏ୍ ଘୋଷଣା କରାଯାଇଛି । କାହିଁକି ନିର୍ବାଚନ ବାତିଲ୍ ହେଲା ଏହାକୁ ନେଇ ବୁଗୁଡା ବ୍ଲାଗ ଅଫିସ୍ ଆଗରେ ପୋଲିସ ଉପରସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.