ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ କେନ୍ଦ୍ରାପଡାର ବିଭିନ୍ନ କଲେଜ

Published By : Prameya-News7 Bureau | October 05, 2018 IST

କେନ୍ଦ୍ରାପଡା ୫/୧୦ : କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ଗୁରୁତ୍ବ ପୁର୍ଣ ମହାବିଦ୍ୟାଳୟ ହେଉଛି ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ । ରାଜନୈତିକ ଦୃଷ୍ଟିରୁଏହା ବେଶ ସମ୍ବେଦନଶୀଳ । ତେଣୁ ପ୍ରତି ବର୍ଷ ଛାତ୍ର ନିର୍ବ।ଚନ ପାଖେଇ ଆସିଲେ ଚଳଚଂଚଳ ହୋଇଉଠେ ପଟ୍ଟାମୁଣ୍ଡାଇ କଲେଜ । ପ୍ରତି ମୁହୂର୍ତ୍ତରେ ନିର୍ବ।ଚନର ଏଠି ଉଷ୍ମତା ଦେଖିବାକୁ ମିଳେ | ପଟ୍ଟାମୁଣ୍ଡାଇ ବ୍ଲକରେ ୪ ଟି ମହାବିଦ୍ୟାଳୟରେ ଚଳିତବର୍ଷ ନିର୍ବ।ଚନ କରାଯାଉଛି । ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ, ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ , ବ୍ରାହ୍ମଣୀ ମହାବିଦ୍ୟାଳୟ ଦାଣ୍ଡିସାହି, ମଦନପୁର ମହାବିଦ୍ୟାଳୟ | ତେବେ ଏସବୁ କଲେଜ ମଧ୍ୟରେ ପଟ୍ଟାମୁଣ୍ଡାଇ କଲେଜରେ ନିର୍ବ।ଚନ କୁ ନେଇ ବେଶି ଗୁରୁତ୍ବ ଦେଖା ଦେଇଥଏ । ୧୧ ତାରିଖକୁ ଥିବା ଛାତ୍ର ନିର୍ବ।ଚନକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳୁଛି ପ୍ରାର୍ଥୀମାନଙ୍କ ମଧ୍ୟରେ । ନିଜ ନିଜର ପୁସିଂକାର୍ଡ ଧରି ନିର୍ବ।ଚନ ପ୍ରଚାରରେ ଲାଗି ପଡିଲେଣି ପ୍ରାର୍ଥୀମାନେ ।କିନ୍ତୁ ଚଳିତବର୍ଷ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ସଭାପତି ଆସନ ପାଇଁ ପୁଅଙ୍କୁ ଟକ୍କର ଦେବା ପାଇଁ ଆଗେଇ ଆସିଛନ୍ତି ଝିଅ ପ୍ରାର୍ଥୀ । ଏହା କଲେଜ ଇତିହାସରେ ପ୍ରଥମ ହୋଇଥିଲେ ମଧ୍ୟ ମହିଳା ପ୍ରାର୍ଥୀ ଜିତିବାର ବେଶ ଆଶା ରଖିଛନ୍ତି । ଅନ୍ୟପଟେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଅଣଛାତ୍ର ପ୍ରବେଶକୁ ଦୃଢ ଭାବେ ବିରୋଧ କରିଛନ୍ତି ସମସ୍ତ ସଭାପତୀ ଦୌଡରେ ଥିବା ପ୍ରାର୍ଥୀମାନେ । ତେବେ କାହାକୁ କେତେ ସମର୍ଥନ ମିଳୁଛି ତାହା ଦେଖିବା ବାକିରହିଲା । ଅପରପକ୍ଷରେ କଲେଜ ଅଧ୍ୟକ୍ଷ କହିଛନ୍ତି ସବୁ ଠିକଠାକ ଅଛି, କଲେଜ ତରଫରୁ ଓ ପ୍ରଶାସନ ତରଫରୁ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳାରେ ପରିଚାଳିତ କରିବା ପାଇଁ କଡାକଡି ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.