ବିଞ୍ଝାରପୁର ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ: କେଉଁ ପରିସ୍ଥିତିରେ କୋଲଡ୍ ଡ୍ରିଙ୍କ୍ସରେ ବିଷ ମିଶାଇ ପିଇଲେ ଛାତ୍ର?

Published By : Prameya-News7 Bureau | December 02, 2019 IST

ବିଞ୍ଝାପୁର୨/୧୨: ଯାଜପୁର ଜିଲ୍ଲାର ବିଞ୍ଝାରପୁର ଉତ୍ତଙ୍ଗରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।  ମାମୁଁଘରେ ରହି ପାଠ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ର ଜ୍ୟୋତି ଧଳ କେଉଁ ପରିସ୍ଥିତିରେ କୋଲଡ୍ ଡ୍ରିଙ୍କ୍ସରେ ବିଷ ମିଶାଇ ପିଇଲେ ?

ଏତେ କମ୍ ବୟସରେ ତାଙ୍କର ଆତ୍ମହତ୍ୟା କରିବା ଭଳି ଦୁର୍ବଳ ମାନସିକତା ଆସିଲା କାହିଁକି ?  ନାଁ ଆଉ କାହାର ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ଜ୍ୟୋତି ? ଘଟଣାର ୧୩ଦିନ ପରେ ବି ଏସବୁ ପ୍ରଶ୍ନର ଉତ୍ତର ଖୋଜିବାରେ ସଫଳ ହୋଇନି ବିଞ୍ଝାରପୁର ପୋଲିସ ।

{"id":192963,"sizeSlug":"large"}

ବିଞ୍ଝାରପୁର ପୋଲିସ ଘଟଣା ତଦନ୍ତ କରିବାରେ ଏ ପର୍ଯ୍ୟନ୍ତ ସକ୍ଷମ ହୋଇ ନାହିଁ। ଅନ୍ୟପଟେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଜୀବନ ସହ ସଂଘର୍ଷ କରୁଥିବା ଜ୍ୟୋତିଙ୍କ ମାମୁଁଙ୍କ କଥାରେ କୌଣସି ତାଳମେଳ ରହୁ ନ ଥିବାରୁ ସଂଦେହ ବଢ଼ିବାରେ ଲାଗିଛି । ସ୍କୁଲରେ କିଛି ହରକତକୁ ନେଇ ଜ୍ୟୋତିଙ୍କୁ ଶିକ୍ଷକ ଦାଗିଦ୍ କରିଥିବା ମଧ୍ୟ କୁହାଯାଉଛି ।

{"id":192964,"sizeSlug":"large"}

ସ୍କୁଲରେ କୌଣସି ଶିକ୍ଷକ ଜ୍ୟୋତିଙ୍କୁ ମାଡ଼ ମାରି ନ ଥିବା ସହପାଠୀ କହିଛନ୍ତି । ସେପଟେ ଘଟଣା ଦିନ ଜ୍ୟୋତି ସ୍କୁଲ ଆସିନଥିବା କହୁଛନ୍ତି ଶିକ୍ଷକ ।

ଗାଁ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଘଟଣାକୁ ନେଇ ସଂଦେହ ଘେରକୁ ଟାଣିଛି । ଘଟଣାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ର କେଉଁ ପରିସ୍ଥିତିରେ ବିଷ ପିଇଲେ ତା’ର ତଦନ୍ତ କରି ପୋଲିସ ଉପଯୁକ୍ତ କାରଣକୁ  ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.