ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡି ଗଲେ ଛାତ୍ର

Published By : Prameya-News7 Bureau | September 16, 2018 IST

ଦେବଗଡ ୧୬/୯ : ଗଣେଶ ପୂଜା ମୂର୍ତ୍ତୀ ବିସର୍ଜନ ବେଳେ ଘଟିଛି ଅଘଟଣ । ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଂପରଡା ଗ୍ରାମରେ ରବିବାର ପୂର୍ବାହ୍ନରେ ଗଣେଶ ମୂର୍ତ୍ତୀ ବିସର୍ଜନ କରିବାକୁ ଯାଇ ଘନଶ୍ୟାମ ସାହୁ ନାମକ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ମୃତ ଘନଶ୍ୟାମ ବଂପରଡା ସରସ୍ବତୀ ଶିଶୁ ମନ୍ଦିରରେ ପାଠ ପଢୁଥିବା ବେଳେ ନିକଟସ୍ଥ ଆଶ୍ରମ ସ୍କୁଲର ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଅନ୍ୟ ସାଙ୍ଗମାନଙ୍କ ସହ ଝରବାହାଳ ଗ୍ରାମରେ ଥିବା ପୋଖରୀକୁ ଯାଇଥିଲେ । ବିସର୍ଜନ ସାରି ସମସ୍ତେ ଗ୍ରାମକୁ ଫେରି ଆସିଥିବା ବେଳେ ଘନଶ୍ୟାମ ଫେରି ନଥିଲେ । ପରେ ପୋଖରୀକୁ ଗଲାବେଳେ ତାଙ୍କ ଶରୀର ପାଣିରେ ଭାସୁଥିବାର ଦେଖିବାକୁ ମିଳିଥିଲା । ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପକ୍ଷରୁ ଶବ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.