ଗଣେଶ ବିସର୍ଜନ ବେଳେ ବୁଡି ଗଲେ ଛାତ୍ର
16/09/2018 at 1:09 PM

ଅନୁଗୁଳ ୧୬/୬ : ଗଣେଶ ବିସର୍ଜନ ବେଳେ ଘଟିଛି ଅଘଟଣ | ଅନୁଗୁଳ ଜିଲ୍ଲା ନିଶା ଗାଁରେ ଗଣେଶ ବିସର୍ଜନ ବେଳେ ଜଣେ ଛାତ୍ର ବୁଡ଼ିଯାଇଛନ୍ତି | ନିଶା ଗାଁ ସ୍କୁଲର ଗଣେଶ ବିସର୍ଜନ ପାଇଁ ଛାତ୍ରମାନେ ପୋଖରୀକୁ ଯାଇଥିଲେ | ବିସର୍ଜନ କରିବା ବେଳେ ଜଣେ ଛାତ୍ରଙ୍କ ଗୋଡ ଖସି ଯିବାରୁ ସେ ବୁଡି ଯାଇଥିଲେ | ମୃତ ଛାତ୍ର ହେଲେ ଚନ୍ଦନ ପରିଡା | ସେ ନବମ ଶ୍ରେଣୀରେ ପଢୁଥିଲେ | ଘଟଣା ପରେ ସାରା ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି |