Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ଦେହରେ ୟୁନିଫର୍ମ, ହାତରେ ମଦ ଗ୍ଲାସ୍, ମହିଳା କଲେଜ ଛାତ୍ରୀଙ୍କ ‘ଲିକର ପାର୍ଟି’ ଭିଡିଓ ଭାଇରାଲ

3/02/2020 at 2:12 PM

ତାଳଚେର ୦୩।୦୨:  ଅନୁଗୁଳ ଜିଲ୍ଲାରେ ଗତ କିଛି ଦିନ ହେବ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । କିଛି କଲେଜ ପଢୁଥିବା ଛାତ୍ରୀ ମଦ ପିଇବା ଓ ଚାଖଣ ଖାଉଥିବାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଝିଅଙ୍କ ଗୋଟିଏ ହାତରେ ମଦ ବୋତଲ ଓ ଗୋଟିଏ ଚାଖଣ ଥିବାର ଦେଖିବାକୁ ମିଳିଛି । ୩ରୁ ୪ଜଣ କଲେଜ ଛାତ୍ରୀ ମଦ ପିଉଥିବାର ଭିଡିରେ ଦେଖିବାକୁ ମିଳିଛି । ତେବେ କଲେଜ ଛାତ୍ରୀମାନଙ୍କ ସହ ଜଣେ ଯୁବକ ଥିବାରେ ଦେଖିବାକୁ ମିଳିଛି । ଯୁବକ ଜଣଙ୍କ ଗ୍ଲାସରେ ମଦ ସାଙ୍ଗକୁ ଥଣ୍ଡାପାଣି ଢାଳି ଛାତ୍ରୀଙ୍କୁ ଧରାଇ ଦେଉଛନ୍ତି । ସମସ୍ତ ଛାତ୍ରୀମାନେ ଗୋଟିଏ ଧରଣର ୟୁନିଫର୍ମ୍‌ ପିନ୍ଧିଛନ୍ତି । ଯାହାକି କୌଣସି କଲେଜର ବୋଲି ଜଣାପଡିଛି । ତେବେ ସ୍ଥାନୀୟ ଅଞ୍ଚଳରେ ଭିଡିଓଟି ଖୁବ୍ ଭାଇରାଲ ହେଉଛି । ଏଭଳି ଖୁଲ୍‌ମଖୁଲା ମଦ ପିଇବାକୁ ସ୍ଥାନୀୟଲୋକ ଓ ବୁଦ୍ଧିଜୀବୀମାନେ ତୀବ୍ର ନିନ୍ଦା କରିଛନ୍ତି । କଲେଜ ଭିତରେ ନୁହେଁ ବରଂ କଲେଜ ବାହାରର ମଦ ପିଉଥିବାର ଅନୁମାନ କରାଯାଉଛି ।

କଲେଜ ଛାତ୍ରୀଙ୍କ ମଦ ପିଇବାର ଦୁଇଟି ପୃଥକ ଭିଡିଓ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି । ଏକ ଗଳି ରାସ୍ତାରେ ଜଣେ ଯୁବକ ବାଇକ୍‌ରେ ଛିଡ଼ା ହୋଇ ସମ୍ପୃକ୍ତ କଲେଜ ଛାତ୍ରୀମାନଙ୍କୁ ମଦ ପରଷି ଦେଉଛନ୍ତି । ଯୁବକ ଜଣଙ୍କ ତାଳଚେର ଅଞ୍ଚଳର ବୋଲି ଜଣାପଡ଼ିଛି । ମଦ ପିଇବା ସହ ଚାଖଣା ପାଇ ନିଶାଡ଼ିଙ୍କ ଭଳି ଖୁସିରେ ବିଭୋର ହୋଇ ଛାତ୍ରୀମାନେ ମଦ ପିଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଜଣେ କେହି ସେମାନଙ୍କ ଅଜାଣତରେ ଏହି ମଦ ପିଇବା ସମୟର ଭିଡିଓକୁ ରେକର୍ଡ କରିଛି । ତେବେ ଏହି ଭିଡିଓଟି କେଉଁ ତାରିଖର ତାହା ଜଣାପଡ଼ିନଥିଲେ ମଧ୍ୟ ଭାଇରାଲ୍‌ ଭିଡ଼ିଓକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି ।

   Related Posts