ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା ; ପ୍ରଧାନ ଶିକ୍ଷୟତ୍ରୀ ସସ୍ପେଣ୍ଡ

Published By : Prameya-News7 Bureau | July 11, 2018 IST

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଧଣିଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି | ଗତକାଲି ଦିନ ୨ଟା ରୁ ଷଷ୍ଠ ଶ୍ରେଣୀ ଛାତ୍ରୀ ରାଜଶ୍ରୀ ପଟ୍ଟନାୟକ ନିଖୋଜ ଥିଲେ | ରାତିରେ ସ୍କୁଲ ନିକଟସ୍ଥ ପୋଖରୀରେ ଛାତ୍ରୀଙ୍କ ମୃତଦେହ ଭାସୁଥିବା ଗାଁ ଲୋକେ ଦେଖିଥିଲେ | ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି | ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଛାତ୍ରୀଙ୍କ ମୃତଦେହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି | ବ୍ଲକ ଶିକ୍ଷାଧିକାରୀ ଘଟଣାସ୍ଥଳରେ ପହଂଚି ପ୍ରଧାନ ଶିକ୍ଷୟତ୍ରୀ କାଞ୍ଚନବାଳା ବେହେରାଙ୍କୁ ସସ୍ପେଣ୍ଡ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.