ସାପ କାମୁଡାରେ ଛାତ୍ରଙ୍କ ମୃତ୍ୟୁ

Published By : Prameya-News7 Bureau | July 16, 2019 IST

ସୋର ୧୬|୭: ସାପ କାମୁଡାରେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ସୋର ଥାନା ରାଇପଦା ଗ୍ରାମରେ ରମାକାନ୍ତ ମହାରଣାଙ୍କ ୨୮ ବର୍ଷର ପୁଅ ସଞ୍ଜୀବ କୁମାର ମହାରଣାଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ସଞ୍ଜୀବ ରାତିରେ ଖାଇସାରି ଶୋଇଥିବା ଅବସ୍ଥାରେ ଏକବିଷାକ୍ତ ସାପ ତାଙ୍କ ପାଦକୁ କାମୁଡି ଦେଇଥିଲା । ଫଳରେ ପ୍ରଥମେ ତାଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ତାଙ୍କୁ ବାଲେଶ୍ବର ମେଡିକାଲୁ ସ୍ଥାନାନ୍ତ କରାଯାଇଥିଲା । ବାଲେଶ୍ବର ମେଡିକାଲ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ସଞ୍ଜୀବ ୨ୟ ବର୍ଷର ସିଟି ଛାତ୍ର ଥିଲେ । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.