Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଆମେରିକାରେ ସ୍କଲାରଶିପରେ ପାଠ ପଢ଼ୁଥିବା ମେଧାବୀ ଛାତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ : ବାଇକରେ ୨ଜଣ ଦୁର୍ବୃତ୍ତ ତାଙ୍କୁ କରୁଥିଲେ ପିଛା

11/08/2020 at 10:09 AM

ବୁଲନ୍ଦସହର ୧୧/୮: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଜଣେ ଛାତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଆମେରିକାରେ ସ୍କଲାରସିପରେ ପାଠ ପଢ଼ୁଥିବା ଏହି ଛାତ୍ରୀ ନିଜ ଦାଦାଙ୍କ ସହ ଯାଉଥିଲେ। ସେତେବେଳେ ତାଙ୍କ ସ୍କୁଟି ବୁଲେଟରେ ଧକ୍କା ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା।

ଗୌତମବୁଦ୍ଧ ନଗରର ଦାଦରିରେ ରହୁଥିବା ସୁଦୀକ୍ଷା ଭାଟୀ ଜଣେ ମେଧାବୀ ଛାତ୍ରୀ ଥିଲେ। ସେ ଆମେରିକାରେ ସ୍କଲାରଶିପରେ ବବସନରେ ପାଠ ପଢ଼ୁଥିଲେ। ନିକଟରେ ସେ ଘରକୁ ଛୁଟିରେ ଆସିଥିଲେ। ଦୁର୍ଘଟଣା ଘଟିବା ସମୟରେ ସୁଦୀକ୍ଷା ନିଜ ଦାଦାଙ୍କ ସହ ବାଇକରେ ନିଜ ମାମୁଁ ଘର ଔରଙ୍ଗାବାଦକୁ ଯାଉଥିଲେ।

ସୁଦୀକ୍ଷା ଭାଟୀଙ୍କ ପରିବାର ଲୋକଙ୍କ ଅଭିଯୋଗ ରହିଛି ଯେ ଯେତେବେଳେ ସେମାନେ ବାଇକରେ ଔରଙ୍ଗାବାଦ ଯାଉଥିଲେ ସେତେବେଳେ ତାଙ୍କ ବାଇକକୁ ବୁଲେଟରେ ବସିଥିବା ୨ଜଣ ଅସାମାଜିକ ଯୁବକ ପିଛା କରିଥିଲେ। କେତେବେଳେ ଯୁବକ ତାଙ୍କ ବୁଲେଟକୁ ଆଗକୁ ନେଇଯାଉଥିଲେ ତ କେତେବେଳେ ଛାତ୍ରୀଙ୍କୁ କମେଣ୍ଟ ପାସ୍ କରୁଥିଲେ। କେବଳ ଏତିକି ନୁହେଁ,ଯୁବକମାନେ ବୁଲେଟ ଚଲାଇବାବେଳେ ​ଷ୍ଟଣ୍ଟ ମଧ୍ୟ କରୁଥିଲେ।

 ଏହି ସମୟରେ ହଠାତ୍ ବୁଲେଟରେ ଥିବା ଯୁବକମାନେ ନିଜ ବାଇକରେ ବ୍ରେକ୍ ଲଗାଇ ଦେଇଥିଲେ ଏବଂ ବୁଲେଟ୍ ଧକ୍କାରେ ସୁଦୀକ୍ଷାଙ୍କ ବାଇକ୍ ପଡ଼ି ଯାଇଥିଲା। ସୁଦୀକ୍ଷା ଏଥିରେ ଗୁରୁତର ହୋଇଯାଇଥିଲେ। ଘଟଣାସ୍ଥଳରେ ସୁଦୀକ୍ଷାଙ୍କ ମୃତ୍ୟୁ ହୋଇଯାଇଥିଲା।

ଅଗଷ୍ଟ ୨୦ତାରିଖରେ ସୁଦୀକ୍ଷାଙ୍କୁ ଆମେରିକା ଫେରିବାର ଥିଲା। ଏହା ପୂର୍ବରୁ ହିଁ ଦୁର୍ଘଟଣାରେ ତାଙ୍କ ଜୀବନ ଚାଲିଯାଇଥିଲା। ଦେଶର ଟପ୍ ଆଇଟି କମ୍ପାନୀ ତରଫରୁ ତାଙ୍କୁ ଆମେରିକାରେ ପାଠ ପଢ଼ିବା ପାଇଁ ୩.୮୦କୋଟି ଟଭ୍କାର ସ୍କଲାରଶିପ୍ ଦିଆଯାଇଥିଲା।

ଗୌତମ ବୁଦ୍ଧ ନଗରର ଦାଦରି ତହସିଲରେ ରହୁଥିବା ସୁଦୀକ୍ଷା ଅତ୍ୟନ୍ତ ଗରିବ ପରିବାରର। ସୁଦୀକ୍ଷାଙ୍କ ବାପା ଢ଼ାବା ଚଲାନ୍ତି। ସୁଦୀକ୍ଷା ବେସିକ୍ ଶିକ୍ଷା ବିଭାଗର ପରିଷଦ ସ୍କୁଲରୁ ୫ମ ଶ୍ରେଣୀ ଯାଏଁ ପଢ଼ିଥିଲେ। ପ୍ରବେଶ ପରୀକ୍ଷା ଜରିଆରେ ସୁଦୀକ୍ଷାଙ୍କ ଆଡମିସନ ଏଚସିଏଲର ମାଲିକ ଶିବ ନଦାରଙ୍କ ସିକନ୍ଦରାବାଦ ସ୍ଥିତ ସ୍କୁଲରେ ହୋଇଥିଲା। ସୁଦୀକ୍ଷା ଦ୍ବାଦଶ ଶ୍ରେଣୀରେ ବୁଲନ୍ଦସହରରେ ଟପ୍ କରିଥିଲେ। ଏହା ପରେ ଉଚ୍ଚ ଶିକ୍ଷା ପାଇଁ ତାଙ୍କର ଚୟନ ଆମେରିକାର ଏକ କଲେଜରେ ହୋଇଥିଲା।

   Related Posts