ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚତୁର୍ଥ ଶ୍ରେଣୀ ଛାତ୍ର ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Published By : Prameya-News7 Bureau | July 09, 2019 IST

କଟକ ୯|୭: କଟକ ବୟାଳିଶ ମୌଜା ଅଞ୍ଚଳରେ ଘଟିଛି ଅଘଟଣ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି । ବୟାଳିଶ ମୌଜା ଶ୍ରୀରାମ ଗ୍ରାମର ୧୦ ବର୍ଷର ବାଳକ ଶୁଭରାଜ ଆଚାର୍ଯ୍ୟ ଘର ନିକଟରେ ଖେଳୁଥିବା ବେଳେ ଘର ନିକଟରେ ତଳିଆ ହୋଇ ଯାଇଥିବା ବିଦ୍ୟୁତ ତାର କୁ ଧରି ପକାଇଥିଲା । ତେବେ ତାକୁ ଗୁରୁତର ଅବସ୍ଥାରେ ବେଣ୍ଟକାର ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ବାଳକର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ସ୍ଥାନୀୟ ବାସିନ୍ଦା ବୟାଳିଶ ମୌଜାର ବେଣ୍ଟକାର ରାସ୍ତା ଅବରୋଧ କରି କ୍ଷତି ପୂରଣ ଦାବି କରିବା ସହ ଘର ନିକଟରେ ଯାଇଥିବା ସବୁ ଲାଇନ୍ ତାରକୁ କେବଲିଂ କରିବା ସହ ଉଚ୍ଚକୁ ନେବାକୁ ଦାବି କରିଛନ୍ତି । ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.