ଶ୍ବାସରୁଦ୍ଧ ହୋଇ ଛାତ୍ରୀଙ୍କ ମୃତ୍ୟୁ, ଆମ୍ବୁଲାନ୍ସ ନଆସିବାରୁ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାରଲୋକ

Published By : Prameya-News7 Bureau | December 07, 2019 IST

ସୋର ୭।୧: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା କ୍ଷୀରକୋଣା ପଞ୍ଚାୟତ ନରଣପୁର ଗ୍ରାମରେ ଜଣେ ଛାତ୍ରୀଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକ ।

ସୂଚନାଯୋଗ୍ୟ ଯେ, ସିମୁଳିଆ ଥାନା ନରଣପୁର ଗ୍ରାମର ରମେଶ ମଲିକଙ୍କ ଝିଅ ଲତା ମଲିକଙ୍କର ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ହୋଇଥିଲା । ଫଳରେ ପରିବାରଲୋକ ତାଙ୍କୁ ପ୍ରଥମେ ଖୀରକୋଣା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ସେଠାରୁ ସିମୁଳିଆ ମେଡିକାଲକୁ ଆଣିଥିଲେ। ସିମୁଳିଆ ମେଡିକାଲରେ ଲତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ରାତିରେ ୧୦୮ଆମ୍ବୁଲାନ୍ସକୁ ପରିବାର ଲୋକେ ଫୋନ୍ କରିଥିଲେ । ମାତ୍ର ଆମ୍ବୁଲାନ୍ସ ନଆସିବାରୁ ଲତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.