ସେବାଶ୍ରମରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

Published By : Prameya-News7 Bureau | July 02, 2019 IST

କାମାକ୍ଷାନଗର ୨|୭: ଢେଙ୍କାନାଳ ଜିଲ୍ଲା ଗଡ଼ପଳାଶୁଣୀ ର ଇରିଙ୍ଗା ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ଗୁରୁକୁଳ ବେସରକାରୀ ସେବାଶ୍ରମରେ ଜଣେ ସାତ ବର୍ଷ ବୟସ ଶିଶୁର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣଙ୍କ ହେଉଛନ୍ତି ବିଦ୍ୟାଳୟର ଦ୍ବିତୀୟ ଶ୍ରେଣୀର ଛାତ୍ର ସୋମନାଥ ନାୟକ । ଆଜି ସକାଳେ ସୋମନାଥ ପ୍ରାର୍ଥନା କରୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ । ଚିକିତ୍ସା ପାଇଁ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।  ତାଙ୍କ ମୃତ୍ୟୁ ବାତ କିମ୍ବା ସାପ କାମୁଡ଼ା ଯୋଗୁଁ ହୋଇଥିବା ଡାକ୍ତର ସନ୍ଦେହ କରୁଛନ୍ତି । ତେବେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ସତ୍ୟତା ଜଣାପଡିବ ବୋଲି ସେ କହିଛନ୍ତି ।

{"id":129763}

ସୋମନାଥଙ୍କ ଘର କେଉଁଝର ଜିଲ୍ଲା ଯୋଡା ଆଜାଦ୍ ବସ୍ତିରେ  । ଏ ସମ୍ପର୍କରେ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କୁ ପଚାରିବାରୁ ସେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି । ଗଡ଼ପଳାଶୁଣୀ ଅଞ୍ଚଳରେ ଏପରି ଏକ ବିଦ୍ୟାଳୟ ଅଛି ବୋଲି ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସମ୍ପୂର୍ଣ୍ଣ ରୂପେ ମନା କରିଛନ୍ତି । ଯଦି ବେନିୟମ ଭାବେ ବିଦ୍ୟାଳୟଟି ତିଆରି କରାଯାଇଥିବାରୁ ନିଶ୍ଚିତ ଭାବେ ଏହା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ କିଏ ଏବଂ କାହିଁକି କାହା ସ୍ବାର୍ଥରେ ଏ ସେବାଶ୍ରମ କରିଛି ଏଥିପାଇଁ କିଏ ଅନୁମତି ପ୍ରଦାନ କରିଛି ତାହା ତଦନ୍ତ ସାପେକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.