ନୂଆପଡ଼ାରେ ଆଶ୍ରମ ସ୍କୁଲରେ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା:ହୋଇ ପାରୁନି ଶବ ବ୍ୟବଚ୍ଛେଦ
12/11/2018 at 10:16 AM

ନୂଆପଡ଼ା ୧୨/୧୧: ଲଖନା ଥାନା ଖଜୁର ବାହାଲ ଗାଁର ଦଶ ବର୍ଷୀୟା ଛାତ୍ରୀ ନୂଆପଡା ବ୍ଲକ କୋଟେନଚୁଆଁ ଆବାସିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ । ଦୀର୍ଘ ଚାରି ବର୍ଷ ହେବ ଏହି ସ୍କୁଲରେ ପାଠ ପଢୁଥିବା ଏହି ଛାତ୍ରୀ ଙ୍କର କେବେ ମଧ୍ୟ ଦେହ ସେଭଳି ଖରାପ ହୋଇ ନଥିଲା । ତେବେ ଦୁଇଦିନ ହେବ ଜ୍ବର ହେଉଥିବା ବେଳେ ବିଦ୍ୟାଳୟରେ ରଖା ଯାଇଥିବା କିଛି ଅତ୍ୟାବଶ୍ୟକ ଔଷଧରୁ ତାକୁ ଖାଇବାକୁ ଦିଆ ଯାଇଥିଲା । ହେଲେ ଜ୍ବର କମି ନଥିଲା ।ଗତକାଲି ଅପରାହ୍ନରେ ଦେହ ଅସୁସ୍ଥ ଲାଗୁଥିବା କହି ଶୋଇ ପଡିଥିଲା ।ସେହି ଅବସ୍ଥାରେ ହିଁ ତାର ମୃତ୍ୟୁ ହୋଇ ଯାଇଥିବା ଅନୁମାନ କରାଯାଉଛି । ପରେ ସଂନ୍ଧ୍ୟାରେ ବିଦ୍ୟାଳୟ ରୁ ପରିବାର ଲୋକଙ୍କୁ ଦେହ ଅସୁସ୍ଥ ଥିବା ନେଇ ଖବର ଦିଆଯାଇଥିବା ବେଳେ ପରିବାର ଲୋକେ ସେଠାକୁ ଯାଇଥିଲେ ।ନୂଆପଡା ମୂଖ୍ୟ ଡାକ୍ତରଖାନାକୁ ଅଣାଯିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।ଆଜି ସକାଳୁ ସକାଳୁ ଆଦିବାସୀ ନେତା ଭାନୁ ପ୍ରତାପ ମାଝୀ ସମେତ ସମ୍ପର୍କିୟ ଏବଂ ଅନେକ ସମର୍ଥକ କ୍ଷତି ପୂରଣ ଦାବିରେ ଶବକୁ ବ୍ୟବଚ୍ଛେଦ କରାଇ ଦେଉ ନାହାନ୍ତି । ମୃତକ ପରିବାରକୁ ୧୦ ଲକ୍ଷ କ୍ଷତି ପୂରଣ,ହଷ୍ଟେଲରେ ସ୍ଥାୟୀ ନର୍ସ,ସ୍କୁଲ ପରିସରରେ କର୍ମଚାରୀ ଙ୍କ ରହଣି ବ୍ୟବସ୍ଥା , ସୁଷମ ଖାଦ୍ୟ ,ପ୍ରଧାନ ଶିକ୍ଷକ ସମେତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କୁ ଅନ୍ୟତ୍ର ବଦଳି ଦାବୀରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସାମନାରେ ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ଉପ ଜିଲ୍ଲାପାଳ ସମେତ ଏସଡିପିଓ ନୂଆପଡା ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ପରିମାଣ ରେ ଫୋର୍ସ ମୁତୟନ କରାଯାଇଛି ।