Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ରାଉରକେଲାରେ ମୋମୋ ଗେମ ନେଲା ଆଉ ଏକ ଜୀବନ

31/08/2018 at 4:14 AM

ସୁନ୍ଦରଗଡ଼ ୩୧/୮: ରାଉରକେଲାର ୨୦ବର୍ଷର ଛାତ୍ରର ଜୀବନ ନେଇଛି ମୋମୋ ଗେମ । ରାଉରକେଲା ରେଲଓ୍ବେର ଇଲେକ୍ଟ୍ରି ବିଭାଗରେ ସିନିୟର ଇଂଜିନିୟର ଏସ୍ ଶ୍ରୀନିବାସ ରାଓ ଙ୍କ ସାନ ପୁଅ ଏସ୍ ଚେତନ କୁମାର ଭୁବନେଶ୍ବର ପଟିଆ ସ୍ଥିତ ଟ୍ରାଇଟ୍ରେଣ୍ଡ କଲେଜରେ +୩ କମ୍ପୁଟର ସାଇନ୍ସ ଫାଇନାଲ ଇୟରରେ ପାଠ ପଢ଼ୁଥିଲା ।

ଗତ ୨୦ ତାରିଖ ସଂଧ୍ୟା ସମୟରେ ଏସ୍ ଚେତନ କୁମାର ହଠାତ କାହାକୁ କିଛି ନକହି ଭୁବନେଶ୍ବର ରେଲ ଷ୍ଟେସନରୁ ଜେନେରାଲ ଟିକଟ କରି ଟ୍ରେନରେ ୨୧ ତାରିଖ ପାଖା ପାଖି ସଂଧ୍ୟା ସମୟରେ ଚେନ୍ନାଇ ଯାଇ ପହଚିଂଥିଲା। ଆଉ ୨୨ତାରିଖ ସକାଳ ୭.୪୦ ରେ ଚେନ୍ନାଇର ସଂଟ୍ରୋଲ ରେଲ ଷ୍ଟେସନ ନିକଟ  ୬ମହଲା ରାଜୀବ ଗାନ୍ଧୀ ମେମୋରିଆଲ ହସ୍ପିଟାଲରୁ ଡ଼େଇଁ ଆତ୍ମହତ୍ୟା କରିଥିଲା ।

ପରେ ଚେନ୍ନାଇ ପୋଲିସ ଘଟଣା ସ୍ଥଳରେ ପହଚିଂ ମୃତ ଚେତନ କୁମାର ନିକଟରୁ ମୋବାଇଲ ଓ ଚେନ୍ନାଇ ରେଲ ଷ୍ଟେସନର ପ୍ଲାଂଟ ଫର୍ମ ଟିକଟ ସହ ଭୁବନେଶ୍ବର ଚେନ୍ନାଇ ଟ୍ରେନ୍ର ଜେନେରାଲ ଟିକଟ ଜବତ କରିଥିଲା । ଚେତନର ଫୋନରୁ ହିଁ ପ୍ରଥମେ ଚେନ୍ନାଇ ପୋଲିସ ରାଉରକେଲା ଫୋନ କରିଥିଲା। ଚେତନର ବଡ଼ ଭାଇଙ୍କ ପରେ ପରିବାର ଲୋକେ ଚେନ୍ନାଇରେ ପହଚିଂଥିଲେ। ପଂଚନାମାରେ ଶବ ବ୍ୟବଛେଦ ପରେ ପୁଅର ମୃତ ଦେହ ଧରି ପରିବାର ଲୋକେ ୨୪ ତାରିଖ ସକାଳ ୭;୩୦ ମିନିଟରେ ଚେନ୍ନାଇରୁ ଫ୍ଲାଇଟ ଯୋଗେ ଭୁବନେଶ୍ବର ପରେ ରାଉରକେଲା ରେ ପହଚିଂଥିଲେ ।

   Related Posts