ବୋଲେରୋ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ, ଡ୍ରାଇଭର ଫେରାର

Published By : Prameya-News7 Bureau | September 23, 2019 IST

ଆଠଗଡ ୨୩।୯: ଆଠଗଡ଼ ଥାନା ବେତଖୋଲିଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କଟକ ବିଡାନାସୀ ଅଞ୍ଚଳର ଜିତେନ୍ଦ୍ର ଦାସଙ୍କ ଝିଅ ସୌମ୍ୟା ଦାସଙ୍କର ମୃତ୍ୟୁ ହୋଇଛି। ସେ କଟକରୁ ଜଣେ ସାଙ୍ଗ ସହିତ ତାଙ୍କ ମାମୁଁ ଘର ବେଣ୍ଟପଦାକୁ ଆସୁଥିବା ବେଳେ ଏକ ବୋଲେରୋ ଗାଡି ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଠଗଡ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡି ଫେରାର ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.