ସ୍କୁଲର ନାମଫଳକ ଗଳିପଡିବାରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

Published By : Prameya-News7 Bureau | July 10, 2019 IST

ବ୍ରହ୍ମପୁର୧୦|୮: ଗଂଜାମ ପୁରୁଷୋତ୍ତମପୁର ଆଙ୍ଗୁ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ ।  ସ୍କୁଲ କ୍ୟାମ୍ପସରେ ଖେଳୁଥିବା ବେଳେ ସାଇନ୍ ବୋର୍ଡ ଉପରେ ପଡି ଛାତ୍ରର ମୃତ୍ୟୁ  । ମୃତ ଛାତ୍ର ହେଲେ ଶ୍ୟାମ ସୁନ୍ଦର ଦାସ । ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ ।

{"id":132411}

ସ୍କୁଲରେ ଅଘଟଣ । ପାଠ ପଢ଼ିବାକୁ ଯାଇ ଫେରିଲାନି ଶ୍ୟାମ ।  ଘରକୁ ଆସିଲା  ପୁଅର ମୃତ ଦେହ । ଗଂଜାମ ପୁରୁଷୋତ୍ତମପୁର ଆଙ୍ଗୁ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ଅଘଟଣ । ଖେଳୁଥିବା ବେଳେ ସାଇନ୍ ବୋର୍ଡ ପଡ଼ି ଷଷ୍ଠ ଶ୍ରେଣୀ ଛାତ୍ର ମୃତ । ମୃତ ଛାତ୍ର ହେଲେ ଶ୍ୟାମ ସୁନ୍ଦର ଦାସ । ଗୁରୁତର ଅବସ୍ଥାରେ ଶ୍ୟାମ ସୁନ୍ଦରକୁ ପ୍ରଥମେ ପୁରୁଷୋତ୍ତମପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଛାତ୍ର ଜଣକୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଥିଲା । ତେବେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ଜଣକ ଆଖି ବୁଜିଛନ୍ତି ।

{"id":132412}

ଅଘଟଣ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ଆଡ଼କୁ ଆଙ୍ଗୁଳି ଉଠିଛି । ସ୍କୁଲ ଖୋଲିବା ପୂର୍ବରୁ ଏହାର ସ୍ଥିତି ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦିଆଯାଇଥିଲା କି ନାହିଁ ସେନେଇ ପ୍ରଧାନ ଶିକ୍ଷକ କିଛି ସ୍ପଷ୍ଟ ଭାବେ କହିପାରିନାହାନ୍ତି ।

{"id":132413}

ସ୍କୁଲ କ୍ୟାମ୍ପସରେ ଶିକ୍ଷକମାନଙ୍କ ଉପସ୍ଥିତିରେ ଜଣେ  ଛାତ୍ରଙ୍କ ଜୀବନ ଚାଲିଯାଉଛି । ଏରୁ ଅନୁମାନ କରିହେଉଛି ଆମ କ୍ୟାମ୍ପସ କେତେ ସୁରକ୍ଷିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.