ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ : ସେବାଶ୍ରମ କର୍ମଚାରୀଙ୍କ ଅବହେଳା ଅଭିଯୋଗ

Published By : Prameya-News7 Bureau | July 15, 2019 IST

ମାଲକାନଗିରି ୧୫/୭: ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ  ଘଟିଛି। ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ଗଙ୍ଗଲା ଆବାସିକ ବିଦ୍ୟାଳୟର ଛାତ୍ର ଅମିତ କାଲେକୁରା । ଅମିତ ସେବାଆଶ୍ରମ ବିଦ୍ୟାଳୟର ପ୍ରଥମ ଶ୍ରେଣିରେ ପଡୁଥିଲେ । ଆଜି ସକାଳେ ଶୌଚ କରିବା ପାଇଁ ବିଦ୍ୟାଳୟ ବାହାରକୁ ଯାଇଥିବାବେଳେ ପୋଖରୀ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

{"id":133766}

ତେବେ ହଷ୍ଟେଲରେ ରହୁଥିବା ଛାତ୍ର କିଭଳି ବାହାରକୁ ଗଲେ ସେନେଇ ପ୍ରଶ୍ନ ଉଠିଥିବା ବେଳେ ସେବାଶ୍ରମ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ଅଘଟଣ ଘଟିଥିବା ଅଭିଯୋଗ ହେଉଛି । ମୃତ ଛାତ୍ରକୁ ପାଣ୍ଡ୍ରିପାଣି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଶବ ବ୍ୟବଚ୍ଛେଦ କରିବା ଲାଗି ଘଟଣା ସ୍ଥଳରେ ମାଲକାନଗିରି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.