ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଛାତ୍ର କଂଗ୍ରେସର ବିରୋଧ, ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

Published By : Prameya-News7 Bureau | November 25, 2020 IST

ବଲାଙ୍ଗୀର ୨୫।୧୧: ସରକାରଙ୍କ ନିଷ୍ପତ୍ତି ବିରୋଧରେ ଧାରଣା । ସ୍କୁଲ୍ ବନ୍ଦ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲା କଂଗ୍ରେସ । ବଲାଙ୍ଗିର ଜିଲ୍ଲାର ୩୭୫ଟି ସ୍କୁଲରେ କମ୍‌ ଛାତ୍ର ଥିବା ଦର୍ଶାଇ ରାଜ୍ୟ ସରକାର ଉକ୍ତ ସ୍କୁଲଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ବୁଧବାର ଜିଲ୍ଲା ଛାତ୍ର କଂଗ୍ରେସ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି । ରାଜ୍ୟ ସରକାର ବେଆଇନ ଭାବେ ଗରିବ ଅବହେଳିତ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ କରିବାର ପ୍ରାଥମିକ ଅଧିକାରକୁ କ୍ଷୂର୍ଣ୍ଣ କରୁଛନ୍ତି ବୋଲି ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ଏହାସହ ଏଭଳି ବେଆଇନ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏପରିକି ସରକାର ଏନେଇ ତୁରନ୍ତ ପଦକ୍ଷେପ ନ ନେଲେ ଆଗକୁ ବିରାଟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.