ପାଟନାର ପ୍ରସିଦ୍ଧ ଡାକ୍ତରଙ୍କ ବିରୋଧରେ ଛାତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ : ଚିକିତ୍ସା ନାଁରେ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁଥିଲେ

Published By : Prameya-News7 Bureau | December 23, 2018 IST

ପାଟନା ୨୩/୧୨: ପାଟନାର ଜଣେ ବଡ଼ ଚର୍ମ ରୋଗ ବିଶେଷଜ୍ଞଙ୍କ ବିରୋଧରେ ଯୁବତୀ ସଙ୍ଗୀନ ଅଭିଯୋଗ କରିଛନ୍ତି। ଯୁବତୀଙ୍କ କହିବା ଅନୁସାରେ ଡାକ୍ତର ଜଣକ ଚିକିତ୍ସା ନାଁରେ ତାଙ୍କ ସହ ଅସଦାଚରଣ କରିଛନ୍ତି। ଛାତ୍ରୀଙ୍କ ମନା କରିବା ସତ୍ତ୍ବେ ସେ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି। ପାଟନାର ପୀରବହୋର  ଥାନା ଅଞ୍ଚଳରେ ଏକ ଘରୋଇ କ୍ଲିନିକ୍ ଚଳାଉଥିବା ଡାକ୍ତର ଅମରକାନ୍ତ ଝା ବିରୋଧରେ ମୋତିହାରୀ ଅଞ୍ଚଳର ଜଣେ ଛାତ୍ରୀ ଚିକିତ୍ସା ସମୟରେ ସମ୍ବେଦନଶୀଳ ଅଙ୍ଗକୁ ଖରାପ ଉଦ୍ଦେଶ୍ୟରେ ଛୁଇଁବାର ଅଭିଯୋଗ କରିଛନ୍ତି। ଛାତ୍ରୀ ଜଣକ ଆପତ୍ତି କରିବା ସତ୍ତ୍ବେ ଡାକ୍ତର ତାଙ୍କ ଶରୀରରେ ମଲମ ଲଗାଇବା ସମୟରେ ଶରୀରର ବିଭିନ୍ନ ସ୍ଥାନକୁ ଖରାପ ଉଦ୍ଦେଶ୍ୟରେ ଛୁଇଁଥିଲେ।

ଛାତ୍ରୀଙ୍କ କହିବା ଅନୁସାରେ ତାଙ୍କର ଚର୍ମ ସମସ୍ୟା ଥିଲା। ଏଥିପାଇଁ ସେ ଚିକିତ୍ସା ସକାଶେ ଡିସେମ୍ବର ୨୦ତାରିଖ ଡାକ୍ତର ଅମରକାନ୍ତ ଝାଙ୍କ କ୍ଲିନିକକୁ ଯାଇଥିଲେ। ସେହି ସମୟରେ  ତାଙ୍କ ଭାଇ ତାଙ୍କ ସହ ଥିଲେ। ଡାକ୍ତର ଜଣକ ତାଙ୍କ ପେଟ ଦେଖିବା ଆରମ୍ଭ କରିବା ସହ ତାଙ୍କ ସମ୍ବେଦନଶୀଳ ସ୍ଥାନକୁ ଛୁଇଁବାକୁ ଆରମ୍ଭ କରିଥିଲେ। ଏହା ପରେ ସେ ଲେଜର ଚିକିତ୍ସା କରିଥିଲେ ଏବଂ ବାରମ୍ବାର ଏହିପରି ଭାବେ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବାକୁ ଲାଗିଥିଲେ।

ଡିସେମ୍ବର ୨୧ତାରିଖ ଛାତ୍ରୀଜଣକ ପୁଣି ସେହି ଡାକ୍ତରଙ୍କ ପାଖକୁ ଯାଇଥିଲେ ଏବଂ ସେହି ଡାକ୍ତର ଜଣକ କ୍ରିମ୍ ଲଗାଇବା ଆରମ୍ଭ କରିଥିଲେ ପୁଣି ସେହିପରି କାର୍ଯ୍ୟ କରିଥିଲେ। ଏଥର ଛାତ୍ରୀଙ୍କ ବାପା ଥିବା ସତ୍ତ୍ବେ ସେ ସେହିପରି କରିଥିଲେ। ଛାତ୍ରୀ ଜଣକ ଔଷଧ ଦେବାକୁ କହିବାରୁ ଡାକ୍ତର ତାଙ୍କୁ ଆହୁରି ୫ଦିନ ଆସିବାକୁ କହିଥିଲେ।

ଡାକ୍ତର ଅମରଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅସଦାଚରଣର ମାମଲା ରୁଜୁ ହୋଇଛି। ସେ ପୂର୍ବରୂ ପାଟନା ମେଡିକାଲ କଲେଜରେ ଅଧ୍ୟକ୍ଷ ଥିଲେ। ସେ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

       

    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.