ଆତ୍ମହତ୍ୟାର ଡେମୋ ଦେଖାଉ ଦେଖାଉ ସତରେ ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ ! ପରିବାରଲୋକ କଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | April 25, 2019 IST

ଭୁବନେଶ୍ବର ୨୫|୪: ଭୁବନେଶ୍ବର ଖଣ୍ଡଗିରିରେ ଥିବା ଶିବାନନ୍ଦ ସେଣ୍ଟ୍ରାଲ ସ୍କୁଲରେ ଘଟିଛି ଅଭାବନୀୟ ଘଟଣା । ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ର ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଛାତ୍ରାବାସର ବନ୍ଧୁ ମାନଙ୍କୁ ଆତ୍ମହତ୍ୟା କେମିତି ହୁଏ ତାର ଡେମୋ ଦେଖାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବାସ୍କୁଲ ପକ୍ଷରୁ କୁହାଯାଉଛି । ଅପରପକ୍ଷରେ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି । ମୃତ ଛାତ୍ର ହେଉଛନ୍ତି ଚିନ୍ମୟ କୁମାର ବେହେରା । ତାଙ୍କ ଘର ଅନୁଗୁଳ ଜିଲ୍ଲା ମୁଣ୍ଡଳ ଗାଁରେ ବୋଲି ଜଣାପଡିଛି । ଖବର ପାଇବା ପରେ ମୃତ ଚିନ୍ମୟଙ୍କ ମାମୁ ଓ ଅନ୍ୟ ସଂପର୍କୀୟ ସ୍କୁଲରେ ପହଞ୍ଚିବା ସହ ଖଣ୍ଡଗିରି ଥାନାରେ ମାମଲା ରୁଜୁ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.