ଲୋକଲଜ୍ଜା ଭୟରେ ଛାତ୍ରୀଙ୍କ ଆତ୍ମହତ୍ୟା, ୮ଦିନ ତଳେ ଦୁଷ୍କର୍ମ ଉଦ୍ୟମ କରିଥିଲା ଯୁବକ

Published By : Prameya-News7 Bureau | September 02, 2019 IST

ପାରାଦୀପ ୨: ଲୋକଲଜ୍ଜାକୁ ଡରି କଲେଜ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ପାଟପୁର ପଞ୍ଚାୟତର ରାଣିପଡା ଗାଁରେ ଘଟିଛି ଏଭଳି ଘଟଣା । ଗାଁର ଜଣେ ଛାତ୍ରୀ ପଙ୍ଖାରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ଲୋକଲଜ୍ଜାକୁ ଡରି ଏଭଳି ନିଷ୍ପତ୍ତି ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ସଂପୃକ୍ତ ଛାତ୍ରୀ ଜଣଙ୍କ ଯୁକ୍ତ ୩ରେ ପାଠ ପଢୁଥିଲେ । ଗତ ୮ ଦିନ ତଳେ କଲେଜରୁ ଫେରିବା ସମୟରେ ଜଣେ ଯୁବକ ତାଙ୍କୁ ଏକା ପାଇ ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ତେବେ ଏ ନେଇ ପରିବାର ପକ୍ଷରୁ କୁଜଙ୍ଗ ଥାନାରେ ଏତଲା ଦିଆଯିବାପରେ କୁଜଙ୍ଗ ପୋଲିସ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଏବେ ମଧ୍ୟ ଜେଲରେ ଅଛନ୍ତି । ତେବେ ଲୋକଲଜ୍ଜାକୁ ଡରି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.