Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପୁରୀ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ହଷ୍ଟେଲରେ ଛାତ୍ରଙ୍କ ଆତ୍ମହତ୍ୟା, ରେକର୍ଡିଂ କରିଛନ୍ତି ସୁଇସାଇଡ ବେଳର ଲାଇଭ ଭିଡିଓ

27/11/2019 at 10:25 PM

ପୁରୀ ୨୭।୧୧ : ପୁରୀ ପେଣ୍ଠକଟାସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ( ଆରଏସ୍ଏସ୍ )ର  ବାଲ୍ମିକୀ ଛାତ୍ରାବାସରୁ ବୁଧବାର ଜଣେ ଛାତ୍ରଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରଙ୍କୁ ପାକଶାସ୍ତ୍ରୀ ପ୍ରଥମ ବର୍ଷର ଛାତ୍ର ଆଶିଷ କୁମାର ଷଡ଼ଙ୍ଗୀ ଭାବେ ଚିହ୍ନଟ କରାଯାଇଛି ।

ଆଶିଷ  କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଛାତ୍ର ଆତ୍ମହତ୍ୟା କରିଥିବା ନେଇ ଜଣାପଡିବା ପରେ ହଷ୍ଟେଲ ଅଧିକ୍ଷକ ଡ଼. ଉମେଶ ଚନ୍ଦ୍ର ମିଶ୍ର ପୋଲିସକୁ  ସୂଚନା ଦେଇଥିଲେ। ଖବରପାଇ ସମୁଦ୍ରକୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ  ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ପଠାଇଛି।

ଘଟଣାସ୍ଥଳରୁ ପୋଲିସ ଏକ ମୋବାଇଲ ଫୋନ ଜବତ କରିଥିବା ବେଳେ ପ୍ରେମରେ ବିଫଳ ହୋଇ ଛାତ୍ର ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ। ହେଲେ ଛାତ୍ର ଆତ୍ମହତ୍ୟା ସମୟର ଏକ ଲାଇଭ ଭିଡ଼ିଓ କରିଥିବା ପୋଲିସ କହିଥିବା ବେଳେ ମାମଲାର ତଦନ୍ତ ଆରମ୍ଭ କରିଛି।

   Related Posts