Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପରୀକ୍ଷା ପୂର୍ବରୁ କଲେଜ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଛାତ୍ରୀ,ସାଥୀ ଛାତ୍ର କରୁଥିଲେ ହଇରାଣ

21/04/2019 at 9:16 PM

ଇନ୍ଦୋର ୨୧।୪: କିଶନଗଞ୍ଜ ବଂଶଲ କଲେଜ ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀଙ୍କ ଚିହ୍ନଟ ହୋଇଛି । ତାଙ୍କ ନାମ ଆୟୁଷୀ ମିଶ୍ର ଓ ସେ ବଂଶଲ କଲେଜରେ ବିଇ ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ।   ମିଡ ସିମେଷ୍ଟର ପରୀକ୍ଷା ପୂର୍ବରୁ  ସେ ୪ ମହଲା କଲେଜର ଛାତ ଉପରୁ ତଳକୁ ଡେଇଁ ପଡିଛନ୍ତି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଛାତ୍ରୀଙ୍କ ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛି।

ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ମିଳିବା ପରେ ଆୟୁଷୀଙ୍କ ପରିବାର ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ତେବେ କଲେଜରେ ଆୟୁଷୀଙ୍କ ସହ ପଢୁଥିବା ଜଣେ ଛାତ୍ର ତାଙ୍କୁ ଅନେକ ଦିନରୁ ହଇରାଣ କରୁଥିଲା ବୋଲି ସହପାଠୀମାନେ କହିଛନ୍ତି ।

ଆୟୁଷୀଙ୍କ ମୃତ୍ୟୁ ପାଇଁ ଅଭିଭାବକ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ଏ ନେଇ କିଶନଗଞ୍ଜ ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଏକ ମୋକଦ୍ଦମାରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି।

   Related Posts