ବନ୍ଧା ପଡିଛି ଭବିଷ୍ୟତ : Bigstory Followup

Published By : Prameya-News7 Bureau | May 04, 2018 IST

କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ବ୍ଲକ ପଲମ ଗାଁର ମେଧାବୀ ହରିଜନ ଛାତ୍ର ଆନନ୍ଦ ଦେବ । ୨୦୧୬ ମସିହାରୁ ମଦନପୁର-ରାମପୁର ସ୍ଥିତ ଘରୋଇ ଶିକ୍ଷା ଆନୁଷ୍ଠାନ ଶ୍ରୀ ଏଜୁକେସନ କଲେଜରୁ ଯୁକ୍ତ ୨ ବିଞାନ ରେ ପାସ କରିଛନ୍ତି । ହଲେ ବର୍ତମାନ ପର୍ଯ୍ୟନ୍ତ କଲେଜ ଫିସ ବାବଦ କୁ୫୬ ହଜାର ଟଙ୍କା ପୌଠ କରି ନ ଥିବାରୁ ଛାତ୍ରକୁ ମାର୍କସିଟ ତଥା ସାର୍ଟିଫିକେଟ ଦେଇ ନାହାନ୍ତି । କଲେଜର ବାର୍ଷିକ ଫିସ ୬୫ ହଜାର ହିସାବ ରେ ୨ ବର୍ଷ କୁ ୧.୩୦ ହଜାର । ହଲେ ଆନନ୍ଦ ଦେବ ୭୪ ହଜାର ଟଙ୍କା ପୌଠ କରିଛି । ବାକି ଟଙ୍କା ପାଇଁ ମେଧାବୀ ଛାତ୍ରଙ୍କ ସାର୍ଟିଫିକେଟ ବନ୍ଦା ପଡିଛି । ଆନନ୍ଦ ଦେବଙ୍କ ବାପା ସୁବାସ ଦୀପ ଓ ମାଁ ଦିନ ମଜୁରିଆ ଏଣୁ ସାର୍ଟିଫିକେଟ ମୁକୁଳାଇବାକୁ ଆନ’ ଗତ 2 ମାସ ହେବ ତାମିଲନାଡୁରେ ଦାଦନ ଖଟିବାକୁ ଯାଇଛି । ଆନନ୍ଦ ଦେବଙ୍କ ପରିବାର ଅତ୍ୟନ୍ତ ଗରିବ । ଆନନ୍ଦ ଦେବଙ୍କ ପ୍ରାଥମିକ ଶିକ୍ଷା ଆଧାରୁ ବନ୍ଦ ହୋଇ ଯାଇଥିଲା ହଲେ ଶିଶୁ ଶ୍ରମିକ ପ୍ରକଳ୍ପ ସ୍କୁଲ ମାଧ୍ୟମରେ ଆନନ୍ଦ ଦେବଙ୍କ ମେଟ୍ରିକ ରେ ୭୦ ପ୍ରତିଶତ ମାର୍କ ରଖି ଉତିର୍ଣ୍ର ହେଲା ପରେ ଯୁକ୍ତ ୨ ରେ ପ୍ରଥମେ ରାୟଗଡା ଓ ପରେ ଲାଞିଗଡ ଠାରେ ନାମ ଲେଖାଇଥିଲେ । ହଲେ ମଦନପୁର-ରାମପୁର ର ଶ୍ରୀ ଏଜୁକେସନ ହରିଜନ ଆଦିବାସୀ ଙ୍କୁ ଯୋଗାଇ ଦିଆଯାଉଥିବା ଶିକ୍ଷା ବୃତି ଆଶା ଦେଖାଇ ଆନ୍ଦିପଙ୍କୁ କଲେଜ ରେ ନାମ ଲେଖାଇବାକୁ ପ୍ରବର୍ତ।ଇଥିବା ପରିବାର ସୁଚନା ଦେଇଛନ୍ତି | ଆନ୍ୟପକ୍ଷ ରେ କଲେଜ ଏହା ଏକ ବ୍ୟବସାୟିକ ଆନୁଷ୍ଠାନ ଏଣୁ ଟଙ୍କା ନ ଦଲେ ସାର୍ଟିଫିକେଟ ଦିଆଯିବ ନାହିଁ ବୋଲି ୨୦୧୬ ରୁ ଆଡି ବସିଛି । ଫଳରେ ଅର୍ଥ ଅଭାବ ଏକ ମେଧାବୀ ଛାତ୍ରର ଭବିଷ୍ୟତକୁ ଆନିଶ୍ଚିତାକୁ ଠେଲି ଦେଇ ୨ ବର୍ଷ ନଷ୍ଟ କରି ସାରିଛି । ସରକାର ଆଦିବାସୀ ଓ ହରିଜନ ଛାତ୍ର ଛାତ୍ରୀଙ୍କୁ ଯୋଗାଇ ଦେଉଥିବା ଶିକ୍ଷା ବୃତି ଆଶା ରେ ଶିକ୍ଷା ଆନୁଷ୍ଟାନ ଗୁଡିକ ପ୍ରଥମେ ଏଭଳି ଗରିବ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ନାମ ଲେଖାଇ ଦେଉଥିବା ବଳେ ବୃତି ଟଙ୍କା ନ ମିଳିଲେ ଏହି ଛାତ୍ରଛାତ୍ରୀଙ୍କ ଠାରୁ ଘୋରଇ ଫିସ ଆଦାୟ କରୁଛନ୍ତି । ଏବଂ ଯେଉ ଘୋରଇ ଶିକ୍ଷା ଆନୁଷ୍ଠାନର ମୋଟା ଫିସ ବାନ୍ଦିବାକୁ ଆସମର୍ଥ ସେମାନେ ଆନ୍ଦିପ ଭଳି ବନ୍ଧା ପଡୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.