ଫେବୃଆରୀର ରାଗକୁ ଜୁଲାଇରେ ସୁଝାଇଲା, କପି ଧରିଥିଲେ ବୋଲି ହାତୁଡ଼ି ପାହାର ଖାଇଲେ !

Published By : Prameya-News7 Bureau | July 03, 2020 IST

ଭୁବନେଶ୍ବର୩/୭: କପି ଧରିଥିଲେ ଏବେ ହାତୁଡ଼ିରେ ପ୍ରହାର ଖାଇଲେ ପ୍ରିନ୍ସିପାଲ। ଗୁରୁ-ଶିଷ୍ୟଙ୍କ ଏଭଳି ଏକ କଳଙ୍କିତ ଘଟଣା ଘଟିଛି ଭୁବନେଶ୍ଵର ପଟିଆ ରାଜା ମଧୁସୁଦନ ଦେବ ଡିଗ୍ରୀ କଲେଜରେ l ଚାଲିଥିଲା ସେମିଷ୍ଟାର ପରୀକ୍ଷା । କପି କରୁଥିବା ବେଳେ କଲେଜର ଯୁକ୍ତ ୩ ଛାତ୍ର ସୋମନାଥ ସୁତାରକୁ ଧରିଥିଲେ କଲେଜ ଅଧ୍ୟକ୍ଷକ l ଫେବୃୟାରି ମାସର  ଏହି ରାଗକୁ ୪ ମାସ ପରେ ପ୍ରତିଶୋଧ ନେଇଛି ସୋମନାଥ l ଅଧ୍ୟକ୍ଷ ପ୍ରଶାନ୍ତ ରାଉତଙ୍କୁ ହାତୁଡିରେ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଛି ସୋମନାଥ।

{"id":295421,"sizeSlug":"large"}

ଯୁକ୍ତ  ତିନିରେ ପଢୁଥିବା ଛାତ୍ର ସୋମନାଥ ଥାର୍ଡ ସେମିଷ୍ଟାର ପରୀକ୍ଷା ଦେଉଥିବା ବେଳେ କପି କରି ଧରା ପଡିଥିଲେ  l ୨୦୨୦ ଫେବୃୟାରିରେ କଲେଜରେ ଚାଲିଥିଲା ସେମିଷ୍ଟାର ପରୀକ୍ଷା l ପରିକ୍ଷାରେ କପି କରି ଧରା ପଡିଥିଲା ଯୁକ୍ତ ୩ ଦ୍ଵିତୀୟ ବର୍ଷର ବିଜ୍ଞାନ ଛାତ୍ର ସୋମନାଥ ସୁତାର l କପି କରୁଥିବାବେଳେ ସୋମନାଥକୁ ଧରିଥିଲେ କଲେଜ ଅଧ୍ଯକ୍ଷ ପ୍ରଶାନ୍ତ ରାଉତ l ଏହି ରାଗ ସୁଝାଇବା ପାଇଁ ଚାରିମାସ ପରେ କଲେଜ ପରିସରରେ ପହଁଚି  ସୋମନାଥ  ସାଙ୍ଗରେ ଆଣିଥିବା ଏକ ମାର୍ତ୍ତୁଲରେ ଅଧକ୍ଷଙ୍କ ମୁଣ୍ଡକୁ ପିଟିଦେଇଥିଲା। ରକ୍ତାକ୍ତ ଅଧକ୍ଷ ଘଟଣା ସ୍ଥଳରେ ଚେତାସୁନ୍ଯ ହୋଇଯାଇଥିଲେ।

{"id":295420,"sizeSlug":"large"}

କପି ଧରିବାରୁ ଫେବୃୟାରୀ ମାସରୁ  ପ୍ରତିଶୋଧ ନିଆଁରେ ଜଳୁଥିଲା ସୋମନାଥ l  ଅଧ୍ୟକ୍ଷଙ୍କୁ ପାନେ ଦେବାକୁ ମଉକା ଖୋଜୁଥିଲା l କିନ୍ତୁ ଲକ ଡାଉନ ଯୋଗୁଁ କଲେଜ ବନ୍ଦ ଥିଲା l ଜୁନ ୧୭ରୁ କଲେଜ ଖୋଲିବା ପରେ ସୋମନାଥ ଅଧ୍ୟକ୍ଷକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା l କିନ୍ତୁ ସୁଯୋଗ ପାଉ ନ ଥିଲା l ଜୁନ ୩୦ ମଧ୍ୟ୍ୟାହ୍ନରେ ଅଧ୍ଯକ୍ଷ ଏବଂ କଲେଜର ଅନ୍ୟ କର୍ମଚାରୀମାନେ ଅଫିସରେ ଥିବାବେଳେ ସୋମନାଥ ହଠାତ ଅଫିସରେ ପଶିଥିଲା l  ସାଙ୍ଗରେ ନେଇଥିବା ହାତୁଡିରେ ଆକ୍ରମଣ କରିଥିଲା l ପ୍ରଶାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି l ରକ୍ତ ଜମାଟ ହୋଇ ଯାଇଛି l ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି l ଘଟଣାର ଦୁଇ ଦିନ ପରେ ସୋମନାଥଙ୍କୁ ଗିରଫ କରାଯାଇଛି l ସୋମନାଥଙ୍କ ନିକଟ ରୁ ହାତୁଡିଟିକୁ ଜବତ କରିଛି ପୋଲିସ  l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.