ଫାଷ୍ଟ କ୍ଲାସ ପାଇଛି କହି ଘରୁ ବାହାରିଗଲେ, ତାପରେ ଜଙ୍ଗଲରେ...

Published By : Prameya-News7 Bureau | August 13, 2020 IST

ଭୁବନ ୧୩।୦୮: ନିକଟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ତେବେ ଏହି ଫଳାଫଳର ସୁଦୀପ ସୁଦର୍ଶନ ରଣା ରାଜ୍ୟରେ ସର୍ବାଧିକ ନମ୍ବର ରଖିଥିବାରୁ ଢେଙ୍କାନାଳ ଭୁବନ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଗୋଟିଏ ପଟେ ଜିଲ୍ଲା ପାଇଁ ଖୁସି ଖବର ଆସିଥିବା ବେଳେ, ଆଉ ଗୋଟିଏ ପଟେ ଏକ ଦୁଃଖଦ ଖବର ମିଳିଛି ।  ଯୁକ୍ତ ଦୁଇ ବିଜ୍ଞାନରେ ଜଣେ ଛାତ୍ର ପରୀକ୍ଷାରେ ବିଫଳ ହେବାରୁ ନିଜ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ଛାତ୍ର ଜଣଙ୍କ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଫେଲ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ଗୋଡିପାଟଣା ସାହି ଓ୍ବାର୍ଡ ନଂ୩ର ଶ୍ରୀଧର ଦାସଙ୍କ ପୁଅ ହେଲେ ବୁଲୁ ଦାସ ବୋଲି ଜଣାପଡିଛି । ସେ ଯୁକ୍ତ ୨ବିଜ୍ଞାନ ପରୀକ୍ଷାରେ ଫେଲ ହୋଇଥିଲେ , ଯାହାଫଳରେ କି ସେ ହତୋତ୍ସାହ ହୋଇ ପଡ଼ିଥିଲେ । ଛାତ୍ର ଜଣଙ୍କ ୨୦୧୮ ମସିହାରେ ଦଶମ ପରୀକ୍ଷାରେ ସେକେଣ୍ଡ ଡିଭିଜନରେ କୃତକାର୍ଯ୍ୟ ହୋଇଥିଲେ । ସ୍ଥାନୀୟ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ଯୁକ୍ତ୨ ବିଜ୍ଞାନରେ ନାମ ଲେଖାଇ ପାଠ ପଢୁଥିଲେ । ତେବେ ବୁଲୁ ଦାସ ନିଜ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ ଶୁଣିବା ପରେ ଘରେ ପହଞ୍ଚି ସେ ପ୍ରଥମ ଶ୍ରେଣୀରେ  ପାସ୍‌ କରିଛନ୍ତି ବୋଲି ମିଛ କଥା କହିଥିଲେ ।  ସାଙ୍ଗ  ପାଖକୁ ଯାଉଛି କହିଗଲେ ଯେ  ଆଉ ଫେରିନଥିଲେ।

ଘର ଲୋକେ ବୁଲୁ ଫେଲ୍‌ ହୋଇଥିବାର ଖବର ପାଇ ପୁଅକୁ ଖୋଜିଥିଲେ । ସବୁଆଡେ ଖୋଜାଖୋଜି କରି ନପାଇବାରୁ ଆଜି ଭୁବନ ଥାନାରେ ଅଭିଯୋଗ କରିଥିଲେ। ନିକଟରେ ଥିବା ଭାରତୀ ପାହାଡ ତଳେ ଏକ ଗଛରେ ବୁଲୁଙ୍କ ମୃତ ଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏ ସଂପର୍କରେ ପରିବାର ଲୋକେ ଖବର ପାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଭୁବନ ପୋଲି ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.