ଆବାସିକ ହଷ୍ଟେଲରେ ନାବାଳିକା ଛାତ୍ରୀକୁ ପ୍ରଧାନଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ ; ପ୍ରଧାନଶିକ୍ଷକ ନିଲମ୍ବିତ

Published By : Prameya-News7 Bureau | December 19, 2018 IST

କଳାହାଣ୍ଡି ୧୯|୧୨: ଆବାସିକ ହଷ୍ଟେଲରେ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଆଭିଯୋଗ । ପ୍ରଧାନଶିକ୍ଷକଙ୍କ ବିରୋଧରେ ସଂଗୀନ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ-ରାମପୁରବ୍ଲକ୍ ଶିରିମସ୍କା ଆଦର୍ଶ ବିଦ୍ୟାଳୟରେ ଏପରି ଲଜ୍ଜାକର ଘଟଣା ଘଟିଛି । ଏ ନେଇ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡିତା ବୟାନ ଦେବା ପରେ ହଷ୍ଟେଲର ଅନ୍ୟ ଛାତ୍ରୀ ପାଟି ଖୋଲିବା ଆରମ୍ଭ କଲେଣି । ଅଭିଯୁକ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାପାତ୍ର ଫେରାର ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାପାତ୍ର ନିଳମ୍ବିତ କରିଛନ୍ତି ଜିଲ୍ଲା  ଶିକ୍ଷା ନିରୀକ୍ଷକ ।

{"id":65145}

ସୈତାନ ସାର୍ । ଗୁରୁ ଶିଷ୍ୟଭଳି ପବିତ୍ର ସଂପର୍କରେ କଳଙ୍କ । ତାହା ପୁଣି ଆଦର୍ଶ ବିଦ୍ୟାଳୟରେ । ଆବାସିକ ହଷ୍ଟେଲରେ ଜଣେ ଆଦିବାସୀ ନାବାଳିକାଙ୍କୁ ପ୍ରଧାନ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜା ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ-ରାମପୁର ବ୍ଲକ୍ ଶିରିମସ୍କା ଆଦର୍ଶ ବିଦ୍ୟାଳୟରେ। ଆଉ ଏ ହେଉଛନ୍ତି ସେହି ହେଡ ମାଷ୍ଟ୍ରେ ବାଳକୃଷ୍ଣ ମହାପାତ୍ର । ନବମ ଶ୍ରେଣୀରେ ପଢୁଥିବା ଜଣେ ଆଦିବାସୀ ନାବାଳିକାଙ୍କୁ ଆବାସିକ ହଷ୍ଟେଲରେ ଦୁଷ୍କର୍ମ କରିଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଏ ନେଇ ପୀଡିତା ଜିଲ୍ଲାପାଳଙ୍କ ନିକଟରେ ମୁହଁ ଖୋଲିବା ପରେ ଆକ୍ସନ ନେଇଛି ଜିଲ୍ଲା ପ୍ରଶାସନ । ଥୁଆମୁଳ-ରାମପୁର ଥାନାରେ ଏତଲା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ମାଜିଷ୍ଟ୍ରେଟଙ୍କ ଆଗରେ ୧୬୧ ଧାରାରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି ।

{"id":65146}

ଅଭିଯୁକ୍ତ ବାଳକୃଷ୍ଣ ମହାପାତ୍ର ୨ହଜାର ମସିହାରୁ ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ବେଳେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକସଂଘ ସଭାପତି ଅଛନ୍ତି । କେବଳ ଏତିକି ନୁହେଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତେଣୁ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତା ଚାପରେ କିମ୍ବା ଭୟରେ ପାଟି ଖୋଲୁନଥିଲେ । ଏବେ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡିତା ବୟାନ ଦେବା ପରେ ହଷ୍ଟେଲର ଅନ୍ୟ ଛାତ୍ରୀ ପାଟି ଖୋଲିବା ଆରମ୍ଭ କଲେଣି । ଏପଟେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ନେତା ବାଳକୃଷ୍ଣ ମହାପାତ୍ର ଫେରାର ହୋଇଯାଇଛନ୍ତି ।

{"id":65147}

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆଦର୍ଶ ବିଦ୍ୟାଳୟରେ ଆଦିବାସୀ ଦଳିତ ଛାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.