ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି : ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | November 02, 2019 IST

ରେମୁଣା ୨।୧୧:  ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଜାନୁଗଞ୍ଜ ଗୋଲେଇ ସ୍ଥିତ ଫକିର ମୋହନ ବିଶ୍ଵବିଦ୍ୟାଳୟ ପରିସରରେ ଛାତ୍ର ଅଶାନ୍ତି ଦେଖାଦେଇଛି।  ପରୀକ୍ଷାଦେବାରୁ ବଞ୍ଚିତ ହେବା ଅଭିଯୋଗରେ ବିଶ୍ବବିଦ୍ୟାଳୟ ଗେଟ୍ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ ।

{"id":178016}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଜାନୁଗଞ୍ଜ ଗୋଲେଇ ସ୍ଥିତ ଫକିର ମୋହନ ବିଶ୍ବବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନେ ଓଟିଇଟି, ଓଏସ୍‌ଏସ୍‌ଟି ପରୀକ୍ଷା ଦେବାରୁ ବଞ୍ଚିତ ହେଉଥିଲେ । କିନ୍ତୁ, ଏହି ଠାରେ ବାହାର ବିଶ୍ବବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଉପରୋକ୍ତ ପରୀକ୍ଷା ଦେଇପାରୁଥିବା ବେଳେ ଉକ୍ତ ବିଶ୍ବବିଦ୍ୟାଳୟର  ଛାତ୍ରଛାତ୍ରୀମାନେ ସେଥିରୁ ବଞ୍ଚିତ ହେଉଥିଲେ। ଉପରୋକ୍ତ ଦାବି ନେଇ ଆଜି ଛାତ୍ରଛାତ୍ରୀ ମାନେ ସମୂହ ଭାବେ ବିଶ୍ବବିଦ୍ୟାଳୟର ଗେଟ୍ ନିକଟରେ ସମ୍ମୁଖରେ ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ଛାତ୍ରଛାତ୍ରୀମାନଙ୍କୁ ବୁଜାସୁଝା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.