କଲେଜରୁ ଗାୟବ ହୋଇଗଲେ ଛାତ୍ରୀ, ଅପହରଣ ଅଭିଯୋଗ

Published By : Prameya-News7 Bureau | February 07, 2020 IST

ଭଦ୍ରକ ୭।୨: ମହାବିଦ୍ୟାଳୟରୁ ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । ବାପା କଲେଜରେ ଛାଡିଥିଲେ, ଆଣିବାକୁ ଯିବା ବେଳକୁ ଝିଅ ନାହିଁ । ଥାନାରେ ଅଭିଯୋଗ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା କହିଛନ୍ତି ପରିବାର ଲୋକେ। ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ନାବାଳିକା ଜଣଙ୍କ ଉତ୍ତରବାହିନୀ ଅଞ୍ଚଳରେ ଥିବା ଏକ ମହାବିଦ୍ୟାଳୟର ଛାତ୍ରୀ । ତାଙ୍କୁ ବାପା ପ୍ରତ୍ୟେକ ଦିନ ନେବା ଆଣିବା କରନ୍ତି । କିନ୍ତୁ କଲେଜରେ ଝିଅକୁ ଛାଡି ଆସିଥିଲେ, କିନ୍ତୁ ଆଉ ପାଇଲେ ନାହିଁ ।  ପୁରୁଣାବଜାର ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ଝିଅର ଖୋଜଖବର ମିଳିନି ।  

ଅନ୍ୟପଟେ ବିଭିନ୍ନ ନମ୍ବରରୁ ଧମକପୂର୍ଣ୍ଣ ଫୋନ୍ କଲ ଆସୁଥିବା କହିଛନ୍ତି ପରିବାର ଲୋକେ । ପୋଲିସକୁ କୌଣସି ସୂଚନା ଦେଲେ ଝିଅକୁ ହତ୍ୟା ଧମକ ମଧ୍ୟ ଦେଉଥିବା ଅଭିଯୋଗ କରିଛନ୍ତି ଘର ଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.