ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଘରକୁ ଆସୁଥିବା ସମୟରେ ମୁଖା ପିନ୍ଧି ଉଠାଇନେଲେ ଯୁବକ

Published By : Prameya-News7 Bureau | March 14, 2020 IST

ନବରଙ୍ଗପୁର  ୧୪।୦୩: ନବରଙ୍ଗପୁର ରେ ଜଣେ ଦଶମ ଶ୍ରେଣୀ ଛାତ୍ରୀକୁ ସ୍କୁଲ ସାମ୍ନାରୁ ଅପହରଣ ଅଭିଯୋଗ । ପରିବାର ପକ୍ଷରୁ ନବରଙ୍ଗପୁର ଥାନାରେ ଏତଲା । ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଦେଉଳା ଗାଁ ଜଣେ ଦଶମ ଶ୍ରେଣୀ ଛାତ୍ରୀ  ହିରଲୀ ଗାଁ ନିକଟ ଆଦର୍ଶ ବିଦ୍ୟାଳୟକୁ ଯାଇଥିଲେ । ସ୍କୁଲ ଛୁଟି ହେବା ପରେ ସେ ତାଙ୍କ ସାଙ୍ଗ ସହ ଘରକୁ ଯାଉଥିବା ସମୟରେ  ଏକ ମୁଖା ପିନ୍ଧା ଯୁବକ ଆସି ତାଙ୍କୁ ଜବରଦସ୍ତି ବାଇକରେ ନେଇଥିବା ଅଭିଯୋଗ ହୋଇଛି ।ସହପାଠୀ ଜଣକ  ଚିତ୍କାର କରିବାରୁ ତାଙ୍କୁ ହତ୍ୟା ର ଧମକ ଦେଇଥିଲା ମୁଖା ପିନ୍ଧା ଯୁବକ । ସହପାଠୀ ଛାତ୍ରୀ ଜଣକ ଭୟଭୀତ ହୋଇ ଏହି ବିଷୟ ସମସ୍ତ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଏ ନେଇ ଥାନା ରେ ଏତଲା ଦେଇଛନ୍ତି । ନବରଙ୍ଗପୁର ଟାଉନ ପୋଲିସ  ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.