Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆନ୍ଦୋଳନ

10/09/2021 at 2:21 PM

କୋଣାର୍କ ୧୦।୯: ଚଳିତବର୍ଷ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଅନଲାଇନରେ କରାଯାଇଥିବା ବେଳେ ଅନେକ ମେଧାବୀ ଛାତ୍ରଛାତ୍ରୀ ନିଜ ଫଳାଫଳ ନେଇ ଅସନ୍ତୁଷ୍ଟ ଅଛନ୍ତି । ପୁରୀ କୋଣାର୍କ ରାସ୍ତାରେ ଥିବା ଚନ୍ଦ୍ରଶେଖର ଏକାଡେମୀ ସ୍କୁଲରେ ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଚନ୍ଦ୍ରଶେଖର ଏକାଡେମୀ ସ୍କୁଲରେ ଦଶମ ଶ୍ରେଣୀରେ ୩୧ ଜଣ ପିଲା ପଢୁଥିଲେ କିନ୍ତୁ ଅନଲାଇନ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଲା ପରେ ୧୨୭ ଜଣ ପରୀକ୍ଷା ଦେଇଥିବାର ଜଣାପଡିବା ପରେ ତାତିଥିଲେ ଅଭିଭାବକ । ପୂର୍ବରୁ ସ୍କୁଲରେ ପଢ଼ୁଥିବା ୩୧ ଜଣ ଛାତ୍ରଛାତ୍ରୀଙ୍କ ମାର୍କ କମ୍ ଥିବାରୁ ସ୍କୁଲ ତରଫରୁ କିପରି ମାର୍କ ଦିଆଯାଇଥିଲା ସେ ନେଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସଠିକ୍ ଉତ୍ତର ପାଇନଥିଲେ । ଏହାର ପ୍ରତିବାଦରେ ସ୍କୁଲ ଗେଟ୍ ନିକଟରେ ରାତି ତମାମ ବସିଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଯେପର୍ଯ୍ୟନ୍ତ ଏହି ଘଟଣାର ସମାଧାନ ହୋଇନି ସେପର୍ଯ୍ୟନ୍ତ ଉଠିବୁ ନାହିଁ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଏପଟେ ସ୍କୁଲରେ ଗୋପ ଅତିରିକ୍ତ ତହସିଲଦାର ଓ ସଦର ଥାନା ଆଇଆଇସି ପହଞ୍ଚିଥିଲେ ମଧ୍ୟ କିଛି ସୁଫଳ ମିଳିନି । ଅଭିଭାବକ ଗତ ଅଗଷ୍ଟ  ୨ ତାରିଖରେ CBSE ଦଶମ ରେଜଲ୍ଟ ପ୍ରକାଶ ପାଇବା ପରେ ସ୍କୁଲ ଅଧକ୍ଷ୍ୟଙ୍କ ନାମରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ପରେ କୌଣସି ସୁଫଳ ନ ମିଳିବାରୁ ଗୁରୁବାର ସକାଳ ୧୦ଟାରୁ ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଯଦି ପ୍ରଶାସନ ଆମ କଥା ନଶୁଣନ୍ତି ତାହାଲେ ଆଗକୁ ଆଇନକୁ ହାତକୁ ନେବା ସହ ପୁରୀ-କୋଣାର୍କ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ ।

   Related Posts