ବିଦ୍ୟାଳୟ ସ୍ଥାନାନ୍ତରକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା, ରାସ୍ତା ଉପରେ ପାଠ ପଢିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | August 13, 2019 IST

ଜଗତସିଂହପୁର ୧୩|୮:  ଜଗତସିଂହପୁର ଜିଲ୍ଲା କପୁରାବେଲାରି ପ୍ରାଥମିକ ବିଦ୍ୟାଳୟ ସ୍ଥାନାନ୍ତରକୁ ପ୍ରତିବାଦ କରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ଧାରଣା ଦିଆଯାଇଛି । ବାଲିକୁଦା ବ୍ଲକ୍ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୋଲିସ ବ୍ଲକ୍ ଅଫିସ ମଧ୍ୟକୁ ପଶିବାକୁ ନଦେବାରୁ ରାସ୍ତା ଉପରେ ପାଠ ପଢିଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟ ସ୍ଥାନାନ୍ତରକୁ ନେଇ କପୁରାବେଲାରୀ ଓ ବଘେଇପୁର ଗାଁ ମଧ୍ୟରେ ଲାଗି ରହିଛି ବିବାଦ ।

{"id":143867}

ସୂଚନାଯୋଗ୍ୟ ଯେ, ଶିକ୍ଷା ବିଭାଗର ଦାୟିତ୍ବହୀନତା ଯୋଗୁଁ ବିଦ୍ୟାଳୟ ମିଶ୍ରଣକୁ ନେଇ ଦୁଇଟି ଗାଁ ମଧ୍ୟରେ ବିବାଦ ଦେଖାଦେଇଛି । ବାଲିକୁଦା ବ୍ଲକର ବଘେଇପୁର ପ୍ରାଥମିକ ବିଦ୍ୟାଳୟରେ ୧୪ ଜଣ ପିଲା ଥିବାରୁ ସେହି ସ୍କୁଲକୁ ୨୯ ଜଣ ପିଲା ଥିବା ନିକଟସ୍ଥ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ସହିତ ଗତ ଦେଢ ମାସ ତଳେ ମିଶ୍ରଣ କରାଯାଇଥିଲା । ତେବେ ଦେଢ ମାସ ପରେ ପୁଣି ଥରେ ନିଷ୍ପତ୍ତିକୁ ବଦଳାଇ କପୁରାବେଲାରୀ ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ବଘେଇପୁରେ ମିଶାଇବା ପାଇଁ ନିର୍ଦ୍ଦେଶ ରହିଛି । ଯାହାକୁ ନେଇ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ଲକ୍ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.