ରାତିରେ ରୁମ୍ ନଜଗିବାରୁ ଛାତ୍ରଙ୍କୁ ବେଲ୍ଟ ଓ ବାଡିରେ ପିଟିଲେ ପ୍ରଧାନଶିକ୍ଷକ !

Published By : Prameya-News7 Bureau | December 06, 2019 IST

ତେଲକୋଇ ୬।୧୨: ପ୍ରଧାନ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ । ରାତ୍ରି ଜଗୁଆଳି କାମ ନକରିବାରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଅନ୍ତର୍ଗତ ଗୋଳାବନ୍ଧ ୟୁଜିଏମଇ ସ୍କୁଲରେ ଘଟିଛି ଏଭଳି ଘଟଣା ।

{"id":194396,"sizeSlug":"large"}

ସୂଚନାଯୋଗ୍ୟ ଯେ, ସ୍କୁଲର ପ୍ରଧାନ ଶିକ୍ଷକ ରମାକାନ୍ତ ବଳ କୌଣସି କାର୍ଯ୍ୟ ନିମନ୍ତେ  ବୁଧବାର ଭୁବନେଶ୍ବର ଯାଇଥିଲେ । ତାଙ୍କ ରୁମକୁ ରାତ୍ରି ସମୟରେ ଜଗିବା ପାଇଁ ଦୁଇଜଣ ଛାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଜଣେ ଛାତ୍ରଙ୍କ ମା’ ରାତିରେ ସ୍କୁଲରେ ଯାଇ ଶୋଇବାକୁ ମନା କରିଥିଲେ । ଫଳରେ ଛାତ୍ର ସୌମ୍ୟରଞ୍ଜନ ନାୟକ ମଧ୍ୟ ଏକୁଟିଆ ଶିକ୍ଷକଙ୍କ ରୁମ୍ ଜଗିବାକୁ ଯାଇନଥିଲେ ।

{"id":194397,"sizeSlug":"large"}

ପରଦିନ ସୌମ୍ୟରଞ୍ଜନ ସ୍କୁଲ ଯିବାପରେ ପ୍ରାର୍ଥନା ସରିଲା ପରେ ପ୍ରଧାନଶିକ୍ଷକ ତାଙ୍କୁ ନିଜ କକ୍ଷକୁ ଡାକି ବେଲ୍ଟରେ ନିର୍ଧୁମ ପିଟିଥିଲେ । ମାତ୍ର ଏତିକିରେ ତାଙ୍କ ମନ ଶାନ୍ତ ହୋଇନଥିଲା । ପୁଣି ବାଡ଼ିରେ ପିଟିଥିବା କହିଛନ୍ତି ଛାତ୍ର । ଏ ନେଇ ତେଲକୋଇ ବିଇଓ ଜଗବନ୍ଧୁ ସାହୁ କହିଛନ୍ତି ଯେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.