Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦ୍ୱିତୀୟ ଲହରର କରୁଣ ଚିତ୍ର : ହସ୍ପିଟାଲରେ ବେଡ୍ ନାହିଁ, ଫୁଟ୍ ପାଥ୍‌ରେ ଶୋଇଛନ୍ତି କରୋନା ସଂକ୍ରମିତ
  • ||
  • ରାଉରକେଲା : ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରୁ ପଠାଗଲା ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଯାଜପୁର : ଅକ୍ସିଜେନ୍ ସଙ୍କଟ, ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଅନୁଗୋଳ : ଅନୁଗୋଳ ଜିଲ୍ଲାର ୨ଟି ମ୍ୟୁନିସିପାଲଟି ସଟଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ନବମିଶ୍ର କଲୋନୀ
  • ||
  • କଳାହାଣ୍ଡି : ପୋଲିସ ରିଜର୍ଭ ଅଫିସରେ ସର୍ଜନ ଓ OAPF ଯବାନଙ୍କ ମଧ୍ୟରେ ମାଡ ଘଟଣା, ଉଭୟଙ୍କୁ ନିଲମ୍ବିତ କଲେ ଏସପି
  • ||
  • କଳାହାଣ୍ଡି : ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ର ଚଢାଉ, ଟ୍ରକ୍‌ରୁ ୫ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଆଦାୟ
  • ||
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||

ପୁଣି ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ, ଭିଡିଓ ଭାଇରାଲ୍ ହେବା ପରେ ଥାନାରେ ଅଭିଯୋଗ କଲେ ପୀଡିତା

17/07/2019 at 4:03 PM

କୁଚିଣ୍ଡା ୧୭|୭: ପୁଣି ଜଣେ ଶିକ୍ଷକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଛାତ୍ରୀ । କୁଚିଣ୍ଡା ଥାନା ଅନ୍ତର୍ଗତ ବାଉରୀଗୁଡା ହାଇସ୍କୁଲର ଶିକ୍ଷକ ପ୍ରମୋଦ ଖର୍ସେଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଶିକ୍ଷକ ପ୍ରମୋଦ ଖର୍ସେଲ ସମ୍ବଲପୁରୀ କମେଡି ଆଲବମ୍ ର ନିର୍ଦ୍ଦେଶକ ଓ ନିର୍ମାତା ମଧ୍ୟ । ଜଣେ ଛାତ୍ରୀଙ୍କୁ ଶୁଟିଂ ଦେଖାଇବାକୁ କହି ବରଗଡ ନେବା ରାସ୍ତାରେ ସେ ଜଙ୍ଗଲ ଭିତରେ ସଂପୃକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଗତକାଲି ସନ୍ଧ୍ୟାରେ କୁଚିଣ୍ଡା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ଖୋଦ୍ ପୀଡିତା । ତେବେ ଏହାପରେ ଅଭିଯୁକ୍ତ ଶିକ୍ଷକ ଫେରାର ଥିବା ଜଣାପଡିଛି ।

ବାଉରୀଗୁଡା ହାଇସ୍କୁଲର ଶିକ୍ଷକ ପ୍ରମୋଦ ଖର୍ସେଲ ସ୍ଥାନୀୟ ଏକ କଲେଜରେ ଯୁକ୍ତ ଦୁଇ ପଢୁଥିବା ଛାତ୍ରୀଙ୍କୁ ଶୁଟିଂ ଦେଖାଇବା ବାହାନାରେ ମଟରସାଇକେଲରେ ବସାଇ ବରଗଡ ନେଉଥିଲେ । ତେବେ ରାସ୍ତାରେ ପଡୁଥିବା ଏକ ଜଙ୍ଗଲ ଭିତରେ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ । ଏହି ଘଟଣା ସ୍ଥାନୀୟ କିଛି ଲୋକ ଦେଖିବା ପରେ ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ । ଭିଡିଓ ଉତ୍ତୋଳନ କରିଥିବା ଲୋକଙ୍କ ସହ ପ୍ରମୋଦ ଖର୍ସେଲଙ୍କର ଝଗଡା ହୋଇଥିଲା । ପୀଡିତା ନିଜ ଦୁଇ ହାତରେ ମୁହଁକୁ ବନ୍ଦ କରି ଛିଡା ହୋଇଥିଲେ । ଭାଇରାଲ ହୋଇଥିବା ଭିଡିଓରୁ ଜଣାପଡୁଛି ଲୋକେ ଦେଖିବା ପରେ ସେମାନେ ଅତ୍ୟନ୍ତ ଅସହାୟ ହୋଇପଡିଥିଲେ । ଭିଡିଓଟି ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଗତକାଲି ସନ୍ଧ୍ୟାରେ ପୀଡିତା କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

   Related Posts