ଛାତ୍ରୀଙ୍କୁ ସିଟି ସ୍କୁଲ ଅଧ୍ୟକ୍ଷଙ୍କ ଅସଦାଚରଣ ଅଭିଯୋଗ ; ଆତ୍ମହୂତି ଧମକ ଦେଲେ ପୀଡିତା

Published By : Prameya-News7 Bureau | March 17, 2019 IST

ଭଦ୍ରକ ୧୭|୩ : ଭଦ୍ରକ ଜିଲ୍ଲା ଧାମନଗର ଥାନା ପାଇମହୁରା ସିଟି ସ୍କୁଲ ଅଧ୍ୟକ୍ଷଙ୍କ ନାଁରେ ସଙ୍ଗୀନ ଅଭିଯୋଗ ହୋଇଛି । ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ଆସିଛି ।  ସିଟି ସ୍କୁଲ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଚୌଧୁରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଛୁଟି ଆବେଦନ କରିବା ପାଇଁ ଅଧ୍ୟକ୍ଷଙ୍କ ଚ୍ୟାମ୍ବରକୁ ଯାଇଥିବା ବେଳେ ଅସଦାଚରଣର ଶିକାର ହୋଇଛନ୍ତି ସଂପୃକ୍ତ ଛାତ୍ରୀ । ଘଟଣା ନେଇ ସଂପୃକ୍ତ ଛାତ୍ରୀ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ତାଙ୍କ ସ୍ବାମ୍ବୀଙ୍କୁ ଲୋକ ଲଗାଇ ମରାନ୍ତକ ଆକ୍ରମଣ କରିଥିଲା ଅଭିଯୁକ୍ତ । ତେବେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ପୀଡ଼ିତାଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଖୋଲାରେ ବୁଲୁଥିବା ବେଳେ ଫେରାର ଥିବା କହି ପୋଲିସ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ସେପଟେ ପୀଡ଼ିତାଙ୍କ ସ୍ବାମୀ ଜେଲରୁ ବାହାରିବା ପରେ ଉଭୟ ଆତ୍ମହୂତି ଦେବେ ବୋଲି ଧମକ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.