Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ପୁଣି କଳାହାଣ୍ଡିରେ ଲିଫ୍ଟ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ : ଅଭିଯୁକ୍ତ କାର୍ ଡ୍ରାଇଭର ଅଟକ

23/10/2019 at 12:55 PM

କଳାହାଣ୍ଡି ୨୩।୧୦: ଦଶହରା ଛୁଟିରେ ଘରକୁ ଫେରୁଥିବା ବେଳେ କାରରେ ଲିଫ୍ଟ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ସଂଗୀନ ଅଭିଯୋଗ ହୋଇଛି । ଅକ୍ଟୋବର ୫ ତାରିଖ ଦିନ ଘଟଣା ଘଟିଥିଲେ ମଧ୍ୟ ଛାତ୍ରୀ ଜଣଙ୍କ ଗତକାଲି ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୫ ତାରିଖ ଭୁବନେଶ୍ବରରୁ ଜୟପାଟଣା ଫେରୁଥିବା ସିଟି ଛାତ୍ରୀ କୌଣସି କାରଣ ବଶତଃ ଭବାନୀପାଟଣାଠାରେ ବସ୍ ଛାଡି ଯାଇଥିଲା । ଭବାନୀପାଟଣାଠାରୁ ଜୟପାଟଣା ଯିବାକୁ ଛାତ୍ରୀଙ୍କୁ କାରରେ ଲିଫ୍ଟ ଦେଇଥିବା ଡ୍ରାଇଭର ରାସ୍ତାରେ ଦୁଷ୍କର୍ମ କରିଥିବା ପୀଡିତା ଏତଲାରେ ଉଲ୍ଲେଖ କରିଛନ୍ତି । ଜୟପାଟଣା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଅନ୍ୟପକ୍ଷରେ ଯୁବତୀଙ୍କ ଦୁଷ୍କର୍ମ ଅଭିଯୋଗକୁ ସଂପୃକ୍ତ ଯୁବକ ଖଣ୍ଡନ କରି ସେ ତାଙ୍କ ପ୍ରେମିକା ଏବଂ ବିବାହ ପାଇଁ ଉଭୟେ ନିଷ୍ପତ୍ତି ନେଇଥିବା କହିଛନ୍ତି । ଯୁବତୀଙ୍କ ସହ ବିଭିନ୍ନ ସମୟର ଫଟୋ ପୋଲିସ ନିକଟରେ ଦାଖଲ କରିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରହିଛି । 

ପୀଡିତା ଦୁଷ୍କର୍ମର ୨୦ ଦିନ ପରେ ଏତଲା ଦେବାର କାରଣ ଦୁଷ୍କର୍ମ ସମୟର ଭିଡିଓ ଭାଇରାଲ ପାଇଁ ଧମକ ଦିଆଯାଉଥିବା କହୁଥିବା ବେଳେ କିଏ ସତ ଏବଂ କିଏ ମିଛ କହୁଛି ତାହା ଏବେ ପୋଲିସକୁ ଅଡୁଆରେ ପକାଇଛି ।

   Related Posts