Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଛାତ୍ରଙ୍କୁ ଶିକ୍ଷୟିତ୍ରୀ ମାଡ ମାରିଥିବା ଅଭିଯୋଗ, ଭୟରେ ସ୍କୁଲ ଯାଉନାହାନ୍ତି ଛାତ୍ର

12/12/2019 at 11:44 AM

ଢେଙ୍କାନାଳ ୧୨।୧୨: ଢେଙ୍କାନାଳ ବି.ବି. ହାଇସ୍କୁଲରେ ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷା ହଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉନ୍ମତ୍ତକାଣ୍ଡକୁ ନେଇ ତୀବ୍ର ହେଉଛି ଅସନ୍ତୋଷ । ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କୁ ଖୋଦ୍ ପ୍ରଧାନ ଶିକ୍ଷୟିତ୍ରୀ ଅମାନୁଷିକ ଭାବେ ମାଡ ମାରିବା ସହ ଅଶାଳୀନ ଗାଳିଗୁଲଜ କରିବା ଅଭିଯୋଗ ହୋଇଥିଲା । ଶିକ୍ଷୟିତ୍ରୀଙ୍କ ନିସ୍ତୁକ ମାଡରେ ଆହତ ଛାତ୍ର ରାଜା ବାରିକ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଘଟଣାର ୧୦ଦିନ ପରେ ମଧ୍ୟ ହାତ ବାନ୍ଧି ବସିଛି ପୋଲିସ । କେବଳ କାରଣ ଦର୍ଶାଅ ନୋଟିସ୍ ପଠାଇ ଯାଞ୍ଚ ରିପୋର୍ଟକୁ ଧରି ବସିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ମାତ୍ର ଏହି ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଭୟରେ ସ୍କୁଲ ଯାଉନାହାନ୍ତି ପୀଡିତ ଛାତ୍ର । ନ୍ୟାୟ ପାଇଁ ସିଡବ୍ଲ୍ୟୁସିର ଦ୍ବାରସ୍ଥ ହୋଇଛନ୍ତି ଛାତ୍ର ଓ ପରିବାର ।

   Related Posts