ପ୍ରିନ୍ସପାଲଙ୍କ ଅତ୍ୟାଚାର ବିରୋଧରେ ତାତିଲେ ଛାତ୍ରଛାତ୍ରୀ
31/08/2018 at 4:50 AM

ବରଗଡ଼ ୩୧/୮ : ପ୍ରିନ୍ସପାଲଙ୍କ ଅତ୍ୟାଚାର ବିରୋଧରେ ତାତିଲେ ଛାତ୍ରଛାତ୍ରୀ । ବରଗଡ ପାଇକମାଲ ବ୍ଲକ ବିନ୍ଧବାସିନୀ କଲେଜରେ ଛାତ୍ର ଅଶାନ୍ତି । ପ୍ରିନ୍ସପାଲ ଅତ୍ୟାଚାର କରୁଥିବା ଅଭିଯୋଗ ଆଣି ସକାଳ ୧୦ଟାରୁ ଆନ୍ଦୋଳନରେ ବସିଛନ୍ତି । କଲେଜ କ୍ୟାଣ୍ଟିନରେ ଭଲ ଖାଇବା ମିଳୁନଥିଲେ ମଧ୍ୟ ଖାଇବାକୁ ବାଧ୍ୟ କରାଯାଉଛି । ଛୋଟ ଛୋଟ କଥାରେ ପିଲାଙ୍କୁ ନିଲମ୍ବନ କରାଯାଉଛି । ଏହା ସହ କଲେଜର ଶୌଚାଳୟ ବନ୍ଦ ରଖାଯାଉଥିବା ଅଭିଯୋଗ ହୋଇଛି । ପ୍ରିନ୍ସପାଲ ପରିବର୍ତ୍ତନ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।