Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କିଏ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ? ତାଙ୍କ ଜୀବନର ଏଭଳି କିଛି କଥା ଯାହା ଆପଣ କେବେ ଜାଣିନଥିବେ

11/04/2020 at 12:20 PM

ମୁମ୍ବାଇ ୧୧/୪: କିନ୍ନର ଆଖଡ଼ାର ଗୁରୁ ଏବଂ ରାଜନୀତିଜ୍ଞ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ କୌଣସି ସେଲିବ୍ରିଟିଠୁ କମ୍ ନୁହଁନ୍ତି। ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ବ୍ୟକ୍ତିଗତ ଜୀବନ ଏବଂ ତାଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ରୋଚକ। ବିଗ୍ ବସ୍ ଫେମ୍ ଲକ୍ଷ୍ମୀ ନାରାୟଣ ଖୁବ୍ କମ୍ ଦିନରେ ପ୍ରସିଦ୍ଧି ହାସଲ କରିଥିଲେ। ତେବେ ଆସନ୍ତୁ ଜାଣିବା ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ କିଏ?

ମହାରାଷ୍ଟ୍ରର ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ପିଲାଦିନୁ ନୃତ୍ୟର ପ୍ରଶିକ୍ଷଣ ନେଇଥିଲେ। ସେ ଭାରତନାଟ୍ୟମରେ ପୋଷ୍ଟ ଗ୍ରାଜୁଏଟ୍ କରିଛନ୍ତି।

ସେ ଯେତେବେଳେ ଜନ୍ମ ହୋଇଥିଲେ ଡାକ୍ତର ତାଙ୍କର ସାର୍ଟିଫିକେଟରେ ମେଲ୍ ଲେଖିଥିଲେ କିନ୍ତୁ ସେ ମେଲ୍ କିମ୍ବା ଫିମେଲ୍ ବକ୍ସରେ ରହିବାକୁ ଚାହୁଁନଥିଲେ। ସ୍କୁଲରେ ସେ ଓ୍ବାଶରୁମ୍ ଯିବାକୁ ଡରୁଥିଲେ। ସେ ତାଙ୍କ ଭିତରେ ଥିବା ସ୍ତ୍ରୀତ୍ବକୁ ଭଲ ପାଉଥିଲେ କିନ୍ତୁ ଏଥିପାଇଁ ତାଙ୍କୁ ବହୁତ କିଛି ସହିବାକୁ ପଡ଼ିଥିଲା।

ସେ ସଲମାନ ଖାନଙ୍କ ରିୟଲିଟି ​ଶୋ ବିଗ୍ ବସର ୫ମ ସିଜନର ପ୍ରତିଯୋଗୀ ଥିଲେ। ଏହା ବ୍ୟତୀତ ସେ ଦଶ କା ଦମ୍,ସଚ କା ସାମନା ଏବଂ ରାଜ ପିଛଲେ ଜନ୍ମ କା ରେ ମଧ୍ୟ ନଜର ଆସିଥିଲେ।

ସେ କିନ୍ନର ସମାଜରେ ସମାନତା ଆଣିବା ପାଇଁ ମଧ୍ୟ କାମ କରନ୍ତି। ତାଙ୍କର ଲିଖିତ ପୁସ୍ତକ ‘ମି ହିଜଡ଼ା,ମି ଲକ୍ଷ୍ମୀ’ ଚର୍ଚ୍ଚାରେ ରହିଥିଲା। ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ୨୦୧୬ମସିହା ମେ ୨ତାରିଖରେ ଆଖଡ଼ାର ପ୍ରଥମ ମହାମଣ୍ଡଳେଶ୍ବର କରାଯାଇଥିଲା। ପ୍ରୟାଗରାଜ କୁମ୍ଭ ୨୦୧୯ମସିହାରେ ପେଶଓ୍ବା ସମୟରେ କିନ୍ନର ଆଖଡ଼ାର ଆକର୍ଷଣର କେନ୍ଦ୍ର ଥିଲା। ମେଳା ସମୟରେ କିନ୍ନର ଆଖଡ଼ାର ଶିବିରରେ ପ୍ରତିଦିନ ୫୦୦୦ରୁ ଅଧିକ ଲୋକ ଆସୁଥିଲେ। ଏହା ବ୍ୟତୀତ ସେ ୟୁନାଇଟେଡ ନେସନସ ସିଭିଲ୍ ସୋସାଇଟି ଟାସ୍କ ଫୋର୍ସର ସଦସ୍ୟ ରହିଛନ୍ତି।

ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ତାଙ୍କ ବାପାମାଆଙ୍କ ବହୁତ ଘନିଷ୍ଠ ବିଶେଷ କରି ସେ ତାଙ୍କ ବାପାଙ୍କୁ ସବୁକଥା ସେୟାର କରନ୍ତି।

ସେ ଯେତେ ସୁନ୍ଦର ଏବଂ ଆକର୍ଷଣୀୟ ତାଙ୍କ ଷ୍ଟାଇଲ୍ ମଧ୍ୟ ସେତିକି ଅନନ୍ୟ। ତାଙ୍କ ଡ୍ରେସିଂ ସେନ୍ସ ମଧ୍ୟ ସବୁଠୁ ଭିନ୍ନ। ତାଙ୍କ ପାଖରେ ମହଙ୍ଗାର ଶାଢ଼ୀର କଲେକ୍ସନ୍ ଥିବା ସହ ଜୁଏଲାରୀ ମଧ୍ୟ ରହିଛି। ସେ ଟାଟୁର ମଧ୍ୟ ସୌକିନ। ସେ ଜଣେ ଚମତ୍କାର ମଡେଲ୍ ଭାବେ ମଧ୍ୟ କାମ କରିଛନ୍ତି। ସେ ଅନେକ ଫ୍ୟାଶନ୍ ଶୋରେ ନିଜର କମାଲ ଦେଖାଇଛନ୍ତି।

୨୦୧୨ମସିହାରେ ତାଙ୍କ ଜୀବନରେ ବିକ୍କି ଥୋମାସ୍ ନାମକ ବ୍ୟକ୍ତି ଆସିଥିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ସେ ତାଙ୍କ ସହ ବହୁତ ଖୁସି ଥିଲେ। ବିକ୍କି ତାଙ୍କୁ ପ୍ରତିଟି କାମରେ ତାଙ୍କ ସହଯୋଗ କରିଥିଲେ ଏବଂ ଆଗକୁ ମଧ୍ୟ କରିବେ।


   Related Posts