୫୦ ଟଙ୍କା ପାଇଁ କରୁଥିଲେ ସଂଘର୍ଷ, ଆଜି ସେ ଆସିଷ୍ଟାଣ୍ଟ କମିଶନର: ସୁପର ୩୦ ର ଆନନ୍ଦ କୁମାର ଟ୍ୱିଟ କରି କହିଲେ…

Published By : Prameya-News7 Bureau | June 24, 2021 IST

ପାଟନା ୨୪/୦୬ : ସୁପର ୩୦ ଫାଉଣ୍ଡର ଓ ଦେଶର ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ତାଙ୍କର ଗୋଟିଏ ଟ୍ୱିଟକୁ ନେଇ ଚର୍ଚ୍ଚା ହୋଇଛି। ଏହି ଟ୍ୱିଟରେ ସେ ନିଜର ଜଣେ ଖାସ ଛାତ୍ରଙ୍କ ସମ୍ପର୍କରେ କହିଛନ୍ତି। ଏହି ଛାତ୍ର ଜଣକ ଜୀବନରେ ଅନେକ ସଂଘର୍ଷ କରିଛନ୍ତି ଓ ଆଜି ଆସିଷ୍ଟାଣ୍ଟ କମିଶନର ପଦବୀରେ ପହଞ୍ଚି ଯାଇଛନ୍ତି। ଏହି ଟ୍ୱିଟ ସହ ଆନନ୍ଦ କୁମାର କବି ଦୁଷ୍ୟନ୍ତଙ୍କ କବିତାର ଦୁଇ ଲାଇନ ମଧ୍ୟ ସେୟାର କରିଛନ୍ତି। ଆନନ୍ଦ କୁମାରଙ୍କ ଟ୍ୱିଟ ଖୁବ ଭାଇରାଲ ହେଉଛି। ଅନେକ ୟୁଜର୍ସ ତାଙ୍କ ଟ୍ୱିଟରେ କମେଣ୍ଟ କରିଛନ୍ତି ଓ ସେୟାର ମଧ୍ୟ କରିଛନ୍ତି।

wp:embed {"url":"https://twitter.com/teacheranand/status/1406960709095727116","type":"rich","providerNameSlug":"twitter","responsive":true,"className":""}
https://twitter.com/teacheranand/status/1406960709095727116
/wp:embed

ଆନନ୍ଦ କୁମାର ନିଜ ଟ୍ୱିଟରେ ଲେଖିଛନ୍ତି, ଦିନେ ୫୦ ଟଙ୍କା ପାଇଁ ସଂଘର୍ଷ କରୁଥିବା ମୋ ଶିଷ୍ୟ କୃଷ୍ଣ ରାୟ ୟୁପିଏସସି କ୍ୱାଲିଫାଏ କରି ଆସିଷ୍ଟାଣ୍ଟ କମିଶନ ହେଇ ଆଜି ମୋତେ ଦେଖା କରିବାକୁ ଆସିଛନ୍ତି। ଶିକ୍ଷକ ହୋଇ ମୋତେ ଆଜି ଗର୍ବ ଅନୁଭବ ହେଉଛି। ଅଧିବାସୀମାନଙ୍କ ପ୍ରତି ତାର ସମ୍ବେଦନଶୀଳତା ଦେଖି ମୁଁ ଅନୁଭବ କଲି,
'ମେରେ ସିନେ ମେ ନହିଁ ତୋ ତେରେ ସିନେ ମେ ସହି,
ହୋ କହିଁ ଭି ଆଗ, ଲେକିନ ଆଗ ଜଲନି ଚାହିଏ'

ଏହି ଟ୍ୱିଟ ସହ ଆନନ୍ଦ କୁମାର କୃଷ୍ଣ ରାୟଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି। ଏହି ଟ୍ୱିଟକୁ ୩୩ ହଜାରରୁ ଅଧିକ ୟୁଜର୍ସ ଲାଇକ କରିଛନ୍ତି ଓ ୪ ହଜାରରୁ ଅଧିକ ଥର ରିଟ୍ୱିଟ କରାଯାଇଛି। ଶହ ଶହ ଲୋକ ଏହି ଟ୍ୱିଟରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଲୋକେ ଆନନ୍ଦ କୁମାରଙ୍କୁ ତାଙ୍କ କାମ ପାଇଁ ଖୁବ ପ୍ରଶଂସା କରୁଛନ୍ତି। ଆନନ୍ଦ କୁମାରଙ୍କ ସହ କୃଷ୍ଣ ରାୟଙ୍କ କଠିନ ପରିଶ୍ରମକୁ ସଲାମ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.