ବଢିଲା ଟ୍ରାଫିକ୍ କଟକଣା- ତିନି ମାସ କୋହଳ ଡେଡ୍ ଲାଇନ୍, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | November 28, 2019 IST

ଭୁବନେଶ୍ୱର ୨୮।୧୧ - ବଢିଲା ସମୟ ସୀମା । ରାଜ୍ୟରେ ଟ୍ରାଫିକ୍‌ କଟକଣା ନିୟମ୍‌ ଆଉ ୩ ମାସ କୋହଳ କରାଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ସୂଚନା ଦେଇଛନ୍ତି । ଆରଟିଓ ଅଫିସରେ ଡିଏଲ୍‌, ଲର୍ଣ୍ଣଂ ଲାଇସେନ୍ସ ଭଳି କାଗଜପତ୍ର ଆଦି କାମ ପାଇଁ ଲମ୍ବା ଲାଇନ୍‌ ଲାଗିବା ଏବଂ କାମ ସରୁନଥିବା ଅଭିଯୋଗ ହେବା ପରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠିଥିଲା । ମନ୍ତ୍ରୀଙ୍କ  ଏହି ଘୋଷଣା ପରେ ଲୋକେ କିଛିଟା ଆଶ୍ବସ୍ତ ହୋଇଛନ୍ତି ।….

{"id":191313,"sizeSlug":"large"}

ବଢିଲା ଟ୍ରାଫିକ୍ କଟକଣା କୋହଳ ଡେଡ୍ ଲାଇନ୍ । ୩ ମାସ ପର୍ଯ୍ୟନ୍ତ ଟ୍ରାଫିକ୍‌ ନିୟମ କୋହଳ କଲେ ରାଜ୍ୟ ସରକାର । ଗୃହରେ ଏହି ପ୍ରସଙ୍ଗ ଉଠିବା ପରେ ୩ ମାସ ନିୟମ କୋହଳ ପାଇଁ ଘୋଷଣା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଫଳରେ ଡିସେମ୍ବର ୧ ପରିବର୍ତ୍ତେ  ଟ୍ରାଫିକ୍‌ ନିୟମ ଆସନ୍ତା ମାର୍ଚ୍ଚ ୧ ରୁ ଲାଗୁହେବ । ଆରଟିଓ ଅଫିସରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖି ମୁଖ୍ୟମନ୍ତ୍ରୀ କୋହଳ ବ୍ୟବସ୍ଥା ବଢ଼ାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ।

{"id":191314,"sizeSlug":"large"}

ନୂଆ ଟ୍ରାଫିକ ନିୟମକୁ ୩ ମାସ ରାଜ୍ୟ ସରକାର କୋହଳ କରିବା ପରେ ଏବେ ଡିସେମ୍ବର ୧ ତାରିଖରୁ କଟକଣା ପୁଣି ଲାଗୁ ହେବାର ଥିଲା। ରାଜ୍ୟ ସରକାର ବି ବାରମ୍ବାର କହିଥିଲେ ଡିସେମ୍ବର ୧ରୁ କଟକଣା ଲାଗୁ ହେବ । ଡେଡଲାଇନ ସରି ଆସୁଥିବା ଦେଖି ଲୋକେ ସବୁ କାମଦାମ ଛାଡ଼ି ଆରଟିଓ ରେ ଡେରା ପକାଇଥିଲେ। ରାତିରୁ ଜଗି ରହିଥିଲେ। ଆଉ ଏସବୁ ଭିତରେ ବି କମିଶନୀ କାରବାର ଚାଲୁଥିବା ଅଭିଯୋଗ ବିଭିନ୍ନ ସ୍ଥାନରୁ ଆସିଥିଲା।

{"id":191315,"sizeSlug":"large"}

ଲୋକଙ୍କ ଏଭଳି ଅବସ୍ଥା ଦେଖି ଗୃହରେ ପ୍ରସଙ୍ଗ ଉଠିଥିଲା।  ଲୋକଙ୍କୁ ଅଧିକ ମହଲତ ଦେବାକୁ ଶୂନ୍ୟ କାଳରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ ଦାବି କରିଥିଲେ। ବାଚସ୍ପତି ଏହା ଉପରେ ରୁଲିଂ ଜାରି କରିବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମନ୍ତବ୍ୟ ରଖିଥିଲେ । କଟକଣା  ୩ ମାସ କୋହଳ କରିବା ଲାଗି ଘୋଷଣା କରିଥିଲେ। ତେବେ ପୂର୍ବଭଳି ରାସ୍ତାରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ପରିବହନ ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଆରଟିଓ ଅଫିସରେ ଲମ୍ବା ଲାଇନ୍ ଲଗାଇଥିବା ଲୋକେ ଆଶ୍ବସ୍ତ ହୋଇଛନ୍ତି । କହିଛନ୍ତି ଏହା ସରକାରଙ୍କ ଉଚିତ୍‌ ପଦକ୍ଷେପ । କାରଣ ଯେଉଁଭଳି ଭାବରେ ଲୋକେ ଭୋରରୁ ଆସି ଘଣ୍ଟା ଘଣ୍ଟା ଧରି ଆରଟିଓ ଅଫିସ୍‌ରେ ଲମ୍ବା ଲାଇନ୍‌ ଲଗାଉଥିଲେ ସେଥିରେ କିଛିଟା ବିରାମ ଆସିବ । ଲୋକେ ଆରମରେ ଆସି ସେମାନଙ୍କ କାମ କରିପାରିବେ ବୋଲି କହିଛନ୍ତି ।

ଏବେ ୩ ମାସ ପାଇଁ ସିନା କଟକଣା କୋହଳ କରାଯାଇଛି କିନ୍ତୁ ହେଲମେଣ୍ଟ ନ ପିନ୍ଧିବା, ରଙ୍ଗରୁଟରେ ଡ୍ରାଇଭିଂ କରିବା, ରାସ୍‌ ଡ୍ରାଇଭିଂ କରିବା କିମ୍ବା ମଦ ପିଇ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଛାଡ଼ ଦିଆଯିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.