ଫିଲପାଇନସ୍‌ରେ ଭୀଷଣ ଭୂ-କମ୍ପ, ରିକ୍ଟର ସ୍କେଲର ତୀବ୍ରତା ୭.୦

Published By : Prameya-News7 Bureau | January 21, 2021 IST

ମାନିଲା ୨୧।୧:  ଦକ୍ଷିଣ ଫିଲପାଇନସ୍‌ରେ ଗୁରୁବାର ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ପୂର୍ବାହ୍ନ ୧୨ଟା ୨୩ ମିନିଟରେ ଅନୁଭୂତ କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ମପାଯାଇଛି। କମ୍ପନ ପରେ ଲୋକେ ଆତଙ୍କିତ ହୋଇପଡିଥିବା ବେଳେ ଘରୁ ପଦାକୁ ଚାଲିଆସିଛନ୍ତି।

{"id":396323,"width":575,"height":383,"sizeSlug":"large","linkDestination":"none"}

ଭୂମିକମ୍ପର ଉତ୍ପତି ସ୍ଥଳ କେନ୍ଦ୍ର ଫିଲପାଇନସ୍‌ରୁ ୨୧୦ କିଲୋମିଟର ଦୂର ପୋଙ୍ଗଡୁଇଟାନରେ ଥିଲା ବୋଲି ଆମେରିକୀୟ ଭୂ ଗର୍ଭିୟ ସର୍ଭେକ୍ଷଣ (ୟୁଏସଜିଏସ୍) ଆକଳନରୁ ଜଣାପଡିଛି। ଭୂମିକମ୍ପ ଲାଗି ସୁନାମୀ ସତର୍କତା ଜାରି ହୋଇ ନଥିବା ବେଳେ କ୍ଷୟକ୍ଷତି ସୂଚନା ମଧ୍ୟ ମିଳି ନାହିଁ। ତେବେ କମ୍ପନ ଯୋଗୁ ଜୋସ୍ ଆବାଡ ସାଣ୍ଟୋସରେ ୧୫ ମିନଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ କଟିଯାଇଥିଲା।

{"id":396324,"sizeSlug":"large","linkDestination":"none"}

ସି କ୍ଷୟକ୍ଷତିର କୌଣସି ସୂଚନା ନଥିବା ପୋଲିସ ଚିଫ୍ କ୍ୟାପ୍ଟେନ୍ ଗାଲବାନାରୀ ମୁରିଲୋ ଗଣମାଧ୍ୟମକୁ କହିଛନ୍ତି। ଭୂମିକମ୍ପ ପରେ ଫିଲପାଇନସ୍ ଭୋଲକାନୋଲଜି ଏଣ୍ଟ ସେସମୋଲଜି ଇନିଷ୍ଟିଚ୍ୟୁଟ୍‌ ପରବର୍ତ୍ତି କମ୍ପନ ଲାଗି ସତର୍କତା ଜାରି କରିଛନ୍ତି। ତେବେ ଏପର୍ଯ୍ୟନ୍ତ ସେପରି କୌଣସି କମ୍ପନ ଅନୁଭୂତ ହୋଇନଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡିଛି।

{"id":396325,"sizeSlug":"large","linkDestination":"none"}

ଫିଲପାଇନସ୍‌ ପ୍ରଶାନ୍ତ ଅଗ୍ନିବଳୟରେ ଅବସ୍ଥିତ। ଏଣୁ ଏଠାରେ ପ୍ରାୟତଃ କମ୍ପନ ଅନୁଭୂତ ହୋଇଥାଏ। ତେବେ ୭.୦ ତୀବ୍ରତାର କମ୍ପନ ସାଧାରଣରୁ ଅଧିକ ହୋଇଥିବାରୁ ଲୋକେ ଆତଙ୍କିତ ହୋଇପଡିଥିବା ପୋଲିସ କ୍ୟାପ୍ଟେନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.