Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମଜା ପାଇଁ ମିଳିବ ସଜ୍ଜା, ଫୁଲମାଳ ପିନ୍ଧାଉଥିବା ବ୍ୟକ୍ତିଙ୍କ ହାତରେ ପଡ଼ିବ ହାତକଡ଼ି

27/12/2019 at 7:16 PM

ବାଲେଶ୍ବର୨୭/୧୨: ମଜା ପାଇଁ ମିଳିବ ସଜ୍ଜା ।  ବାଲେଶ୍ବର  ବାହାନଗାରେ ଦୁଇ ମାନସିକ ଅନଗ୍ରସରଙ୍କୁ ଫୁଲମାଳ ପିନ୍ଧାଇ ବାହାଘର କରିବା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଆନ୍ତର୍ଜାତୀକ ମାନବାଧିକାର ପରିଷଦର ଏକ ଟିମ ଆସି ବାଲେଶ୍ବର ଏସପିଙ୍କୁ ଭେଟିଛନ୍ତି  । ଏଭଳି ଘୃଣ୍ୟ କାମକୁ ନିନ୍ଦା କରିବା ସହ ଯେଉଁମାନେ ଏହି କାମ କରିଛନ୍ତି  ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି  ।  ମାନସିକ ବିକୃତ ପୁରୁଷଙ୍କ ସହ ମାନସିକ ବିକୃତ ମହିଳାଙ୍କ ବିବାହ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ  ।

ଅନ୍ତର୍ଜାତୀକ ମାନବାଧିକାର ପରିଷଦର ଏକ ଟିମ୍ ବାଲେଶ୍ବର ଏସପିଙ୍କୁ ଭେଟିଛନ୍ତି  । ଏଭଳି ବିବାହ କରାଇଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ପତ୍ର  ଦେଇଛନ୍ତି । ଘଟଣାରେ କାହିଁକି ପୋଲିସ  ନିଜ ଆଡ଼ୁ ମାମଲା ରୁଜୁ କରି ନାହିଁ ବୋଲି ପରିଷଦର ସଦସ୍ୟ ପ୍ରଶ୍ନ କରିଛନ୍ତି ।  ବାଲେଶ୍ବର ଏସିପି ଏହି ଘଟଣାକୁ ଗୁରୁତର ଭାବେ ନେଇ ତଦନ୍ତ  ଦାୟିତ୍ବ ସଦର ଏସଡିପିଓଙ୍କୁ ଦେଇଛନ୍ତି ।

ତେବେ ଦୁଇ ମାନସିକ ବିକାରଗ୍ରସ୍ତଙ୍କୁ ଗତ ୨୪ ତାରିଖରେ ଜୋର ଜବରଦସ୍ତ ବିବାହ କରାଇ କିଛି ଲୋକ ମଜା ନେଇଥିଲେ ।ସେମାନଙ୍କୁ ବଜାର ବୁଲାଇବା ସହ ବିବାହର ଟିକଟିକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ୍ କରାଯାଇଥିଲା ।ତେଣୁ ମାନବାଧିକାର ସଂଗଠନ ମୁହଁ ଖୋଲିଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାରେ ଏବେ କେବଳ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ରହିଛି।

   Related Posts