ଭୀଷଣ ବିସ୍ଫୋରଣରେ ଦୋହଲିଗଲା ବିରାଟ ବିଲ୍ଡିଂ, ଭିଡିଓ ଭାଇରାଲ୍‌

Published By : Prameya-News7 Bureau | January 20, 2021 IST

ମାଦ୍ରିଦ୍‌ (ସ୍ପେନ୍‌) ୨୦/୦୧: ଭୀଷଣ ବିସ୍ଫୋରଣରେ ଥରିଗଲା ବିଶାଳ ବିଲ୍ଠିଂ। ବିଚ୍ଛୁରିତ ହୋଇ ଚତୁପାର୍ଶ୍ବରେ ପଡ଼ିଲା ଇଟା, ପଥର। ଏହି ବିସ୍ଫୋରଣ କେନ୍ଦ୍ରୀୟ ମାଦ୍ରିଦ୍‌ରେ ଘଟିଛି। ସ୍ଥାନୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହେବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି। ଏପରିକି ବିସ୍ଫୋରଣ ବେଳର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ମଧ୍ୟ ହେଉଛି।

ମାଦ୍ରିଦ୍‌ ସିଟି ସେଣ୍ଟରରେ ବିସ୍ଫୋରଣ ହୋଇଛି। ପଥର ଇଟା ଚାରିଆଡ଼େ ପଡ଼ୁଥିବା ବେଳେ ପୁରା ବିଲ୍ଡିଂ ଧୂଆଁରେ ପରିପୂର୍ଣ୍ଣ ହୋଇଯାଇଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ଏହି ବିଲ୍ଡିଂରେ ଥିବା ବୟସ୍କ ବ୍ୟକ୍ତିମାନଙ୍କୁ ଉଦ୍ଧାର କରାଯାଉଛି। ଏପରିକି ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ମଧ୍ୟ ବର୍ତ୍ତି କରାଯାଉଛି। ଘଟଣାସ୍ଥଳରେ୯ଟି ଦମକଳ ଓ ୧୧ ଆମ୍ବୁଲାନ୍ସ ଉପସ୍ଥିତ ଥିବା ଜଣାପଡ଼ିଛି।

wp:embed {"url":"https://twitter.com/talkRADIO/status/1351902428724154376","type":"rich","providerNameSlug":"twitter","responsive":true,"className":""}
https://twitter.com/talkRADIO/status/1351902428724154376
/wp:embed

ତେବେ ବିସ୍ଫୋରଣ କାରଣ ସ୍ପଷ୍ଟ ହୋଇନଥିବା ବେଳେ ମୃତାହତଙ୍କ ସମ୍ପର୍କରେ ତଥ୍ୟ ମିଳିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ବିସ୍ଫୋରଣ ସ୍ଥାନରୁ କିଛି ମିଟର ପରିଧିରେ ଧୂଳି ଜମା ହୋଇଯାଇଥିବା ମଧ୍ୟ ଭିଡିଓରୁ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.