Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଜାମସେଦପୁର ଟାଟା ଷ୍ଟିଲ ପରିସରରେ ବଡ ଧରଣର ବିସ୍ଫୋରଣ

18/01/2021 at 4:33 PM

ଜାମସେଦପୁର ୧୮/୦୧ : ଲୌହ ନଗରୀ ଜାମସେଦପୁର ସାକଚି ଅଞ୍ଚଳରେ ଥିବା ଟାଟା ଷ୍ଟିଲରେ ସୋମବାର ଦିନ ଭୀଷଣ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଯୋଗୁଁ ପରିସର ସମେତ ଆଖପାଖ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ବିସ୍ଫୋରଣ ପରେ କମ୍ପାନୀ ପରିସରରେ ବିଭିନ୍ନ ଜାଗାରେ ନିଆଁ ଲାଗିଯାଇଛି। ନିଆଁ ନିୟନ୍ତ୍ରଣ କରିବାକୁ ଦମକଳ ଗାଡି ଡକାଯାଇଥିଲା। ତେବେ ବିସ୍ଫୋରଣ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।


କମ୍ପାନୀ ସୂତ୍ର ଅନୁଯାୟୀ, ଟାଟା ଷ୍ଟିଲ ପରିସର ଭିତରେ ସାକଚି ଆଡକୁ ତାରାପୁର ଡମ୍ପିଂଗ ୟାର୍ଡ଼ ଅଛି। ଏଠାରେ ଗରମ ମେଟାଲକୁ ଥଣ୍ଡା କରିବାକୁ ଏକ ବଡ ଟ୍ୟାଙ୍କ ଅଛି। ଏଥିରେ ଗରମ ମେଟାଲ ପକାଇ ଥଣ୍ଡା କରାଯାଏ। ଟାଙ୍କିରେ ଭୁଲରେ କେବେ ପାଣି ରହିଗଲେ ବହୁତ ଚାପ ସୃଷ୍ଟି ହୋଇଥାଏ ଏବଂ ଏହି ଚାପ ଆବାଜ ସହ ଉପରକୁ ଉଠିଥାଏ। ସୋମବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି।


ସୂଚନା ଅନୁଯାୟୀ, ଗରମ ମେଟାଲ ଟାଙ୍କିରେ ପକାଇବା ପରେ କିଛି ଅଘଟଣ ଘଟିଥିଲା ଓ ସେଥିପାଇଁ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା କିଛି ଗାଡିରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ କରିଛନ୍ତି।

ଏ ସମ୍ପର୍କରେ ଟାଟା ଷ୍ଟିଲ ପ୍ରବନ୍ଧନ ପରିଚାଳକ କିଛି ପ୍ରତିକ୍ରିୟା ରଖିନାହାନ୍ତି। ଜାମସେଦପୁର ଟାଟା ଷ୍ଟିଲ ପ୍ଲାଣ୍ଟ ଚାରିପଟେ ଜନବସତି ରହିଛି। ବିସ୍ଫୋରଣ ପରେ ଛୋଟ ଛୋଟ ଲୁହା ଖଣ୍ଡ ଆଖପାଖ ଘରମାନଙ୍କରେ ଛିଟିକି ପଡିଥିଲା। ଫଳରେ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଥିଲା।

   Related Posts