ଡୋନାଲ୍ଡ ଟ୍ରମ୍ଫଙ୍କ ସହ ଆଫେୟାର ଦାବି କରିଥିବା ଷ୍ଟର୍ମୀ ଡାନିୟଲ୍ସ ଗିରଫଦାରୀ ମାମଲାରେ କଲେ ବୁଝାମଣା

Published By : Prameya-News7 Bureau | September 29, 2019 IST

କଲମ୍ବସ: ଆମେରିକୀୟ ପର୍ଣ୍ଣଷ୍ଟାର ଷ୍ଟର୍ମୀ ଡାନିୟଲସ ଏକ ଗିରଫଦାରୀ ମାମଲାରେ ଅପରପକ୍ଷ ସହ ବୁଝାମଣା କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ଫଙ୍କ ସହ ତାଙ୍କର ଆଫେୟାର ଦାବି କରିଥିବା ଷ୍ଟର୍ମୀ ୨୦୧୮ ମସିହାରେ ରିଜେନ୍ସ ଜେଣ୍ଟଲମ୍ୟାନ କ୍ଲବରୁ ଗିରଫ ହୋଇଥିଲେ। ପୋଲିସ ତାଙ୍କୁ ଯୌନ ଦୁର୍ବ୍ୟବହାର ଅଭିଯୋଗରେ ଗିରଫ କରିଥିଲା। ତେବେ ସେତେବେଳେ ସେ ତାଙ୍କର ଏହି ଗିରଫଦାରୀକୁ ରାଜନୈତିକ ଅଭିସନ୍ଧି ମୂଳକ ଅଭିଯୋଗ କରିବା ସହ ପ୍ରତିପକ୍ଷଙ୍କ ବିରୋଧରେ ୪ଲକ୍ଷ ୫୦ ହଜାର ଡଲାରର ଏକ ମୋକଦ୍ଦମା ରୁଜୁ କରିଥିଲେ।

{"id":164281}

ତେବେ ଦୀର୍ଘ ୧ ବର୍ଷହେଲା ଜାରି ଥିବା ଏହି ବିବାଦକୁ ଏବେ ଷ୍ଟର୍ମୀ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଥିବା କିଛି ସମୟ ପୂର୍ବରୁ ଘୋଷଣା କରିଥିଲେ।  ସେହି ଅନୁସାରେ ସେ ମାମଲାରେ ବୁଝାମଣା କରିଥିବା ବେଳେ ଯେତିକି ଡଲାରର ମୋକଦ୍ଦମା ରୁଜୁ କରିଥିଲେ ତାର ୪ ଭାଗରୁ ଭାଗେ ଅର୍ଥରେ ସହମତ ହୋଇଥିବା ଜଣାପଡିଛି । କ୍ଲବରେ ଜନୈକ ବ୍ୟକ୍ତିଙ୍କ ପ୍ରତି ଷ୍ଟର୍ମୀ ଅଶ୍ଳିଳ ହରକତ କରିଥିବାର ଅଭିଯୋଗ ହୋଇଥିଲା।

{"id":164282}

ସେପଟେ ବୁଝାମଣା ନେଇ ଡାନିୟୟଲ୍ସ ଗଣମାଧ୍ୟମରେ କରୁଥିବା ଅପପ୍ରଚାରକୁ ପୋଲିସ ଖରାଜ କରିଦେଇଛି। ତେବେ ଉଭୟ ପକ୍ଷ ଉଚିତ ବୁଝାମଣା ଲାଗି ସହମତ ହୋଇଥିବା କଲମ୍ବସ ପୋଲିସ କହିଛି। ଷ୍ଟର୍ମୀ ଅର୍ଥ ଲାଳସାରେ ନୁହେଁ ବରଂ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସେ ଏଭଳି ମୋକଦ୍ଦମା ରୁଜୁ କରିଥିଲେ ଗଣମାଧ୍ୟମକୁ କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.