Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଝଡ଼ତୋଫାନର ତାଣ୍ଡବରେ ୬ଜଣଙ୍କ ମୃତ୍ୟୁ : ଭାଙ୍ଗିଲା ଗଛ, ଉପୁଡିଲା ବିଦ୍ୟୁତ ଖୁଣ୍ଟ

31/05/2020 at 11:01 AM

ଆଗ୍ରା ୩୧।୦୫: ଆଗ୍ରା ପରେ ଉତ୍ତରପ୍ରଦେଶର କନୌଜରେ ବର୍ଷା, ପବନ ଓ କୁଆପଥର ମାଡରେ ବିପୁଳ ପରିମାଣର କ୍ଷୟକ୍ଷତି ହୋଇଛି । ବର୍ଷା ଓ ପବନ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

କନୌଜ ଜିଲ୍ଲାରେ ତିର୍ଭା ତହସିଲରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪-୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଶନିବାର ଦିନ ପ୍ରବଳ ବର୍ଷା ଓ ପବନରେ ବହୁ ଗଛ ଭାଙ୍ଗିଯାଇଛି।

ବିଦ୍ୟୁତ ପୋଲ ଉପୁଡିପଡିଥିବା ବେଳେ କୁକୁଡ଼ା ଫାର୍ମ, ଦୁଗ୍ଧ ଫାର୍ମ ଏବଂ ଗ୍ୟାସ୍ ଏଜେନ୍ସି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯିବା ଦ୍ୱାରା ଅଧିକରୁ ଅଧିକ ଗାଁରେ ବିଦ୍ୟୁତ ସେବା  ବ୍ୟାହତ ହୋଇଥିଲା। କନୌଜ ଏସଡିଏମ ପ୍ରଭାବିତ ଗ୍ରାମରେ ପହଞ୍ଚି ପରିସ୍ଥିତି ଏବଂ କ୍ଷୟକ୍ଷତିର ଆକଳନ କରିଥିଲେ।

ତିର୍ଭାରେ ରାସ୍ତାରେ ବିଭିନ୍ନ ସ୍ଥାନରେ ଟ୍ରାକ୍ଟର-ଟ୍ରଲି ଓଲଟି ପଡିଥିବା ଦେଖିବାକୁ ମିଳିଛି । ତେବେ ଗୋଟିଏ ସ୍ଥାନରେ ଟ୍ରାକ୍ଟର ଓଲିଟ ଯିବାରୁ , ସେଥିରେ ବସିଥିବା ଜଣେ ଆଠ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଚିକିତ୍ସା ସମୟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି ।

ସୂଚନାନୁସାରେ ,  ଜିଲ୍ଲାରେ ଏପରି ଭାବେ ପୂର୍ବରୁ ଏତେ ଭୟଙ୍କର ଝଡତୋଫାନ୍‌ ଦେଖାଯାଇନଥିଲେ । ଏହି ଅଞ୍ଚଳରେ ହୋଇଥିବା କୁଆପଥର ମାଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଦୁଇଟି ସ୍ଥାନରେ  ଆଉ ଦୁଇ ଜଣ ପ୍ରାଣ ହରାଇଛନ୍ତି। ଜଣେ ଗଛ ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି।

   Related Posts